୨-୩ ଦିନ ଭିତରେ ରିଲିଫ ପ୍ୟାକେଜ ଘୋଷଣା କରିବେ ସରକାର, ନୀତିନ ଗଡ଼କରୀ ଦେଲେ ଇସାରା

କରୋନା ମହାମାରୀର ସଂକଟକୁ ଲକ୍ଷ କରି ଶିଳ୍ପକୁ ବହୁତ ବଡ଼ ଆସ୍ୱସ୍ତି ଦେବେ କେନ୍ଦ୍ର ସରକାର। ସରକାର ବହୁତ ଜଲଦି ଫାଇନାନ୍ସସିଆଲ ପ୍ୟାକେଜ ଘୋଷଣା କରିବାକୁ ଯାଉଛନ୍ତି। ଜାତୀୟ ରାଜପଥ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସୋମବାର ଏହି ବିଷୟରେ ସୂଚନା ଦେଇଛନ୍ତି। ଏହି ସମୟରେ ସେ ଏହା ମଧ୍ୟ ଜଣାଇଛନ୍ତି ଯେ ସରକାର ନିଜ ସୀମାରେ ଅଛନ୍ତି। ସମସ୍ତଙ୍କୁ ରକ୍ଷା କରିବା ପାଇଁ ଆମେ ଯଥା ସମ୍ଭବ ପ୍ରଚେଷ୍ଟା କରୁଛୁ।

ଏହାସହିତ ଗଡ଼କରୀ ଜଣାଇଛନ୍ତି ଯେ ପ୍ରାୟ ୨ ରୁ ୩ ଦିନ ଭିତରେ ସରକାର ରିଲିଫ ପ୍ୟାକେଜ (Relief Package for Industries)ର ଘୋଷଣା କରିପାରନ୍ତି। ନୀତିନ ଗଡ଼କରୀ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ମଧ୍ୟ ଅଟନ୍ତି। ସେ କହିଛନ୍ତି ଯେ MSME ମନ୍ତ୍ରାଳୟ ମଧ୍ୟ ଅର୍ଥ ମନ୍ତ୍ରାଳୟ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ନିଜର ଏହି ପ୍ରସ୍ତାବକୁ ପଠାଇଛନ୍ତି। ନୀତିନ ସୋମବାର ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାର ଲଗାତର ସମସ୍ତ ଇଣ୍ଡଷ୍ଟ୍ରିଜକୁ ସପୋର୍ଟ କରିବେ। ସେ କହିଛନ୍ତି ଶିଳ୍ପଉଦ୍ୟୋଗକୁ ଏହା ବୁଝିବା ଦରକାର ଯେ ଆର୍ଥିକ ସ୍ଥିତିର ଚାପରେ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.