ଏମ୍ସରୁ ଡିସଚାର୍ଜ ହେଲେ ମନମୋହନ ସିଂ, ଛାତିରେ ଯନ୍ତ୍ରଣା ଯୋଗୁଁ ହସପିଟାଲରେ ହୋଇଥିଲେ ଭର୍ତ୍ତି

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ)ରେ ଭର୍ତ୍ତି ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଙ୍ଗଳବାର ଡିସଚାର୍ଜ କରାଯାଇଛି। ସୂଚନାଯୋଗ୍ୟ, ରବିବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ବିଗିଡି ଯାଇଥିଲା। ତେବେ ସୋମବାର ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବା ସହ ମଙ୍ଗଳବାର ତାଙ୍କର ସମସ୍ତ ଚେକଅପ୍ ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।

aims

ସୂଚନାଯୋଗ୍ୟ, ହସ୍ପିଟାଲରେ ଥିବା ସମୟରେ ମନମୋହନଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.