ସିଲ୍‌ ହେଲା ଭୁବନେଶ୍ୱର ବାପୁଜୀ ନଗର ମାର୍କେଟ୍, ନିୟମ ଉଲଂଘନ କରିଥିବା ଅଭିଯୋଗରେ

ଭୁବନେଶ୍ୱର: ସିଲ୍‌ ହେଲା ଭୁବନେଶ୍ୱର ବାପୁଜୀ ନଗର ମାର୍କେଟ। ଦୋକାନୀମାନେ ନିୟମ ଖିଲାପ କରିଥିବା ଅଭିଯୋଗରେ ମାର୍କେଟକୁ BMC ପକ୍ଷରୁ ସିଲ୍‌ କରାଯାଇଛି। ରାଜଧାନୀ ରେଡ୍‌ ଜୋନ୍‌ରେ ଥିବା ସତ୍ତ୍ୱେ ଦୋକାନୀମାନେ ସଚେତନ ନହୋଇ ନିୟମ ଉଲଂଘନ କରିଥିବା ଅଭିଯୋଗ ହୋଇଛି। ବାପୁଜୀନଗର ମାର୍କେଟ ସିଲ୍‌ କରାଯାଇଥିବା BMC ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଲକ୍ ଡାଉନ୍ କୁ ନେଇ BMC ପକ୍ଷରୁ ଦୋକାନ ଖୋଲିବାକୁ ନେଇ ଗାଇଡ୍ ଲାଇନ୍ ପ୍ରସ୍ତୁତ କରାଯାଇଛି। ସେହି ସବୁ ଗାଇଡ୍ ଲାଇନ୍ କୁ ପାଳନ କରିବା ନେଇ ସରକାରଙ୍କ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଛି । ରାଜ୍ଯରୁ ସଂକ୍ରମଣକୁ ସମ୍ପୂର୍ଣ୍ଣ ପ୍ରତିହତ କରିବାକୁ ଏହି ସବୁ ନିମୟ ଲାଗୁ ହେଉଥିବା ବେଳେ, ନିମୟ ଭାଙ୍ଗୁଥିବା ଲୋକଙ୍କ ଉପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ମଧ୍ୟ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.