Below header

ବାରିପଦା ମେଡିକାଲ କଲେଜରେ ଶିଶୁ ବଦଳ ଅଭିଯୋଗ, ରିପୋର୍ଟ ଦେବାକୁ ଡାକି ଦେଲେ ମୃତ ଶିଶୁ

ବାରିପଦା ପିଆରଏମ୍‌ ମେଡିକାଲ କଲେଜରେ ଶିଶୁ ବଦଳ ଅଭିଯୋଗ । ରିପୋର୍ଟ ଦେବାକୁ ଡାକି ୧୭ ଦିନର ଶିଶୁ ପୁତ୍ର ବଦଳରେ ମୃତ ଶିଶୁ ଦେଇଥିବା ଅଭିଯୋଗ କରିଛନ୍ତି ଦମ୍ପତ୍ତି । ଗତ ୨୬ ତାରିଖ ଦିନ ବାରିପଦା ପିଆରଏମ ମେଡିକାଲ କଲେଜରେ ଶାମାଖୁଣ୍ଟା ବ୍ଲକର ରାଇବଣୀ ସିଂ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଗତ ୫ ତାରିଖ ଦିନ ସୁସ୍ଥ ଅବସ୍ଥାରେ ଶିଶୁଟିକୁ ଘରକୁ ଆଣିଥିଲେ । ତେବେ କିଛି ଦିନ ପରେ ମେଡିକାଲ ପକ୍ଷରୁ ରାଇବଣୀଙ୍କୁ ଶିଶୁ ସହ ମେଡିକାଲ ଆସି ରିପୋର୍ଟ ନେବାକୁ କହିଥିଲେ ।

ରାଇବଣୀ ଶିଶୁ ପୁତ୍ର ସହ ମେଡିକାଲରେ ପହଞ୍ଚିବା ପରେ ନର୍ସମାନେ ଶିଶୁଟିକୁ ଭିତରକୁ ନେଇଯାଇଥିଲେ । କିଛି ସମୟ ପରେ ଶିଶୁଟିର ମୃତ୍ୟୁ ହୋଇଯାଇଥିବା କହିଥିଲେ ମେଡିକାଲ କର୍ତ୍ତୁପକ୍ଷ । ଅନ୍ୟପଟେ ପରିବାର ପକ୍ଷରୁ ଶିଶୁ ଅଦଳବଦଳ କରାଯାଇଥିବା ଅଭିଯୋଗ ଆଣିଥିବା ବେଳେ ମେଡିକାଲ କର୍ତ୍ତୁପକ୍ଷ କିଛି କହିବାକୁ ନାରାଜ । ଖବର ପାଇ ଘଟଣାସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.