Below header

କେନ୍ଦୁଝର: ପିଡିଏସ୍‌ ଚାଉଳ ନପାଇବାରୁ ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

କେନ୍ଦୁଝର : ପିଡିଏସ୍‌ ଚାଉଳ ନପାଇବାରୁ ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକର ଖାଳିଆମେଣ୍ଟା ପଞ୍ଚାୟତରେ ପିଡିଏସ୍‌ ଚାଉଳ ହିତାଧିକାରୀ ପାଉନଥିବା ଅଭିଯୋଗ ହୋଇଛି। ଫଳରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ଲୋକ।

ଏ ସମସ୍ୟା ସଂପର୍କରେ ସରପଞ୍ଚଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଆନ୍ଦୋଳନ କରୁଥିବା ହିତାଧିକାରୀମାନେ ଚାଉଳ ନପାଇବା ଯାଏ ଏମିତି ଆନ୍ଦୋଳନରେ ବସିରହିବା ସହିତ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଖୋଲିବେ ନାହିଁ ବୋଲି କହିଛନ୍ତି। ତେବେ ସରକାରଙ୍କ ଏତେ ସବୁ ସୁବିଧା ପରେ ବି ଏମିତି ବିଶୃଙ୍ଖଳା ବାରମ୍ବାର କାହିଁକି ହେଉଛି? ଏବଂ ଏଥିପାଇଁ ଦାୟି ଥିବା ଲୋକଙ୍କ ବିରୋଧ ପଦକ୍ଷପ ନିଆଯିବା ନିହାତୀ ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.