ଲକ୍ଡାଉନରେ ରାଜଧାନୀରେ ଖୁଲମଖୋଲା ଚୋରା ମଦ କାରବାର: କଟକ ରୋଡ଼ରେ ଥିବା ରେନ୍ ବାର୍ରେ ଚଢାଉ, ଲକ୍ଷାଧିକ ଟଙ୍କାର ମଦ ଜବତ
ଭୁବନେଶ୍ବର: ଲକ୍ଡାଉନରେ ରାଜଧାନୀରେ ଖୁଲମଖୋଲା ଚୋରା ମଦ କାରବାର । କଟକ ରୋଡ଼ରେ ଥିବା ରେନ୍ ବାର୍ରେ ଚାଲିଥିବା ଏହି ଚୋରା କାରବାର। ଏନେଇ ଖବର ପାଇବାପରେ ଚଢାଉ କରିଥିଲା କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ ଟିମ୍ । ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ମଦ ଜବତ ହୋଇଛି । ବିଭିନ୍ନ ଦାମୀ ବ୍ରାଣ୍ଡ ମଦକୁ ଅସାଧୁ ବ୍ୟବସାୟୀ ମାନେ ଚଢ଼ା ଦରରେ ବିକ୍ରି କରୁଥିବାର ଅଭିଯୋଗ ହୋଇଛି ।
ତେବେ ଲକ୍ଡାଉନରେ ରାଜଧାନୀରେ ଏଭଳି ଚୋରା ମଦ କାରବାର ଚିନ୍ତାର କାରଣ ପାଲଟିଛି। କରୋନା ମୁକାବିଲା ପାଇଁ ବିଭିନ୍ନ ଦୋକନ ବଜାର ବନ୍ଦ ରଖାଯାଇଛି । ଏହି ତାଲିକାରେ ମଦ ଦୋକାନ ବନ୍ଦ ରହିବା ନେଇ ମଧ୍ଯ ସରକାର ନିର୍ଦ୍ଦେଶ ଦେବା ପରେ ବି ଏଭଳି ଘଟଣା ବାରମ୍ବାର ଘଟିଚାଲିଛି।