ସ୍ୱାସ୍ଥ୍ୟ ସଚିବ ପଦ ଛାଡିଲେ ନିକୁଞ୍ଜ ଧଳ, ବାତ୍ୟା ପାଇଁ ସ୍ଥଗିତ ରହିଥିଲା ବଦଳି

ଭୁବନେଶ୍ବର: ସ୍ୱାସ୍ଥ୍ୟ ସଚିବ ପଦ ଛାଡିଲେ ନିକୁଞ୍ଜ ଧଳ । ବାତ୍ୟା ପାଇଁ ସ୍ଥଗିତ ରହିଥିଲା ତାଙ୍କ ବଦଳି । ଶକ୍ତି ବିଭାଗ ସଚିବ ଭାବରେ ପୂର୍ବରୁ ତାଙ୍କର ବଦଳି ହୋଇଥିଲା । ତେବେ ଖୁବଶୀଘ୍ର ସେ ଶକ୍ତି ବିଭାଗ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି । ଏନେଇ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

nikunjଆଜି ସ୍ୱାସ୍ଥ୍ୟ ବିଭାଗ ସଚିବ ଦାୟିତ୍ୱ ଛାଡ଼ିବା ପୂର୍ବରୁ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ନିକୁଞ୍ଜ ଧଳ । ବିଶେଷ କରି ମହାମାରୀ କରୋନା ମୁକାବିଲା ବେଳେ ସେମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.