ସକାଳୁ ଖାଲି ପେଟରେ ଭୁଲରେ ବି ପିଅନ୍ତୁ ନାହିଁ ଚାହା, ନଚେତ ଭୋଗିବାକୁ ପଡିପାରେ ଏହି ସବୁ ସମସ୍ୟା

କିଛି ଲୋକ ସକାଳୁ ଉଠିବା ମାତ୍ରେ ଚାହା ପିଇଥାନ୍ତି । କିନ୍ତୁ ଜାଣନ୍ତିକି ଏହି ଅଭ୍ୟାସ ଖୁବ ଖରାପ । ଶରୀର ଉପରେ ଏହା ଅନେକ କୁପ୍ରଭାବ ପକାଇଥାଏ । ଯଦି ଆପଣଙ୍କର ବି ଏହି ଅଭ୍ୟାସ ଅଛି ତେବେ ତୁରନ୍ତ ବଦଳାଇ ଦିଅନ୍ତୁ । ତେବେ ଆସନ୍ତୁ ପ୍ରଥମେ ଜାଣି ରଖିବା ଖାଲି ପେଟରେ ଚାହା ପିଇଲେ କଣ କଣ କୁପ୍ରଭାବ ପଡିଥାଏ ।

– ସକାଳୁ ଉଠି ଖାଲି ପେଟରେ ଚାହା ପିଇବା ଦ୍ୱାରା ପାଚନ ଜନିତ ସମସ୍ୟା ହୋଇଥାଏ । ପ୍ରକୃତରେ ଗଟ ନାମକ ଏକ ବ୍ୟାକ୍ଟେରିଆ ଆମ ପାଚନ ତନ୍ତ୍ର ମଜବୁତ ରଖିବାରେ ସାହାଯ୍ୟ କରିଥାଏ । ଖାଲି ପେଟରେ ଚାହା ପିଇଲେ ଏହି ବ୍ୟାକ୍ଟେରିଆ ଗୁଡିକ କ୍ଷତିଗ୍ରସ୍ତ ହୋଇଥାନ୍ତି ।

tea

– ସକାଳୁ ଖାଲି ପେଟରେ ଚାହା ପିଇଲେ ବି ମୁହଁରୁ ଏକ ପ୍ରକାର ଦୁର୍ଗନ୍ଧ ବାହାରି ଥାଏ । ମୁହଁରୁ ଏହି ଗନ୍ଧ ବାହାରୁ ଥିଲେ ତୁରନ୍ତ ଏହି ଅଭ୍ୟାସ ବଦଳାଇ ଦିଅନ୍ତୁ ।

– ଯେଉଁମାନେ ସକାଳ ଚାହାରୁ ଦିନର ଆରମ୍ଭ କରନ୍ତି ସେମାନଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ । ଅଧିକ ଥର ପରିସ୍ରା ଯିବା ଦ୍ୱାରା ଶରୀରର ଜଳୀୟ ଅଂଶ ବି କମିଯାଇଥାଏ । ଫଳରେ ଶରୀର ଠିକ ଭାବେ ହାଇଡ୍ରାଟେଡ଼ ହୋଇ ପାରିନଥାଏ । ଫଳରେ ଚର୍ମ ଶୁଷ୍କ ହେବା ସହ ଲୋଚାକୋଚା ହୋଇଯାଏ ।

tea new

– ଚାହାରେ ଅଧିକ ପରିମାଣରେ କାଫିନ ମହଜୂତ ଥାଏ । କିଛି ନ ଖାଇ ଏହାକୁ ପିଇବା ଦ୍ୱାରା ପେଟ ମଧ୍ୟ ଠିକରେ ସଫା ହୋଇ ନଥାଏ । ପେଟ ଠିକରେ ସଫା ନ ହେଲେ ଶରୀରରେ ରୋଗ ହେବାର ଆଶଙ୍କା ଅଧିକ ଥାଏ ।

– ସକାଳୁ ଖାଲି ପେଟରେ ଚାହା ପିଇବା ଦ୍ୱାରା ଏସିଡ଼ିଟି ବା ଗ୍ୟାସ ହେବାର ଆଶଙ୍କା ବି ବଢିଯାଏ । ଯଦି ଆପଣ ବି ଏହି ଅଭ୍ୟାସ ରଖିଥାନ୍ତି ତେବେ ତୁରନ୍ତ ବଦଳାଇ ଦିଅନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.