କୋଚିଲା ଏମିତି ଏକ ଫଳ, ଯାହାର ରହିଛି ଅନେକ ଗୁଣ

କୁହାଯାଏ ଏ ସାରା ଜଗତରେ ଯେତେ ଗଛ ଲତା ଅଛି ସବୁଥିରେ କିଛି ନା କିଛି ଔଷଧୀୟ ଗୁଣ ରହିଛି । ଏମିତି ଏକ ବୃକ୍ଷ ହେଉଛି କୋଚିଲା। ବର୍ତ୍ତମାନର ଆଧୁନିକ ଯୁଗରେ ଏଇ ଗଛକୁ ହୁଏତ କେହି ଚିହ୍ନି ପାରିବେ ନାହିଁ । କିନ୍ତୁ ଆମ ରାଜଧାନୀ ଭୁବନେଶ୍ୱରରେ ଏକଦା ଅନେକ କୋଚିଲା ଗଛ ଥିଲା, ଯାହା ଆଜି ନାହିଁ । ଏମିତିକି ଭୁବନେଶ୍ୱର କେଦାରଗୌରୀ ମନ୍ଦିର ପରିସରରେ କୋଚିଳା ଗଛର ଘଞ୍ଚ ଜଙ୍ଗଲ ଥିଲା । ତାହା ଏବେ ମାତ୍ର କେତୋଟି ବୃକ୍ଷରେ ସୀମିତ ରହି ଯାଇଛି । ଆସନ୍ତୁ ଜାଣିବା ଏହି ବୃକ୍ଷର ଔଷଧୀୟ ଗୁଣ ବିଷୟରେ ।

କୋଚିଲା ବୃକ୍ଷର ଫଳ ବା ମଞ୍ଜିରୁ ଅନେକ ପ୍ରକାର ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତ ହୁଏ । ତେବେ ହୋମିଓପ୍ୟାଥିରେ ଏହାର ମହତ୍ୱ ଅଧିକ । ଏହାର ବଟାନିକାଲ ନାମ ହେଉଛି ଷ୍ଟାଇକେନାସ୍ ନକ୍ସ ଭୋମିକା । ଆପଣମାନେ ହୋମିଓପାଥିରେ ଏହି ନାମଟି ଶୁଣିଥିବେ ନିଶ୍ଚୟ । ଯାହା ବିଶେଷ କରି ଗ୍ୟାସ ଓ ବଦହଜମି ଭଲ କରିବାରେ କାମରେ ଆସେ । ଖାଲି ସେତିକି ନୁହେଁ, ମାନସିକ ରୋଗ, ଚିଡ଼ିଚିଡ଼ା ପଣ, ନିଆଁକୁ ଡର ଓ କାହାକୁ ଛୁଇଁଲେ ଲାଗୁଥିବା ଡର ଆଦି ଏହା ଜରିଆରେ ଭଲ ହୋଇଥାଏ । ଅନ୍ୟ କାହାକୁ କ୍ଷତି ପହଞ୍ଚାଇବା, ଶତ୍ରୁତା ମନୋଭାବ, ପ୍ରତ୍ୟେକ ସମୟରେ ଖରାପ ଚିନ୍ତାଧାର ରଖିବା ଆଦିକୁ ଦୂର କରେ କୋଚିଲା।

nuxମସ୍ତଷ୍କ ସମ୍ବନ୍ଧିତ ରୋଗ ଭଲ କରେ

ଆହୁରି ମଧ୍ୟ ମୁଣ୍ଡର ପଛ ଭାଗରେ ଯନ୍ତ୍ରଣା, ଆଖିର ଉପର ଭାଗରେ ଯନ୍ତ୍ରଣା ଅନୁଭବ ହେବା, ମୁଣ୍ଡ ବୁଲାଇବା, ଅଧିକାଂଶ ସମୟରେ ବେହୋସ ହୋଇଯିବା, ନିଶା ଦ୍ରବ୍ଯ ସେବନ କରିବା, ଅଧିକ କଫି ପିଇବା, ଅଧିକ ଖରାରେ ବାହାରିବା ପରେ ମୁଣ୍ଡ ବିନ୍ଧା ହେବା, ଭୋଜନ କରିବା ପରେ ମୁଣ୍ଡରେ ଯନ୍ତ୍ରଣା ଅନୁଭବ ହେବା ଭଳି ଲକ୍ଷଣ ଦେଖାାଯାଉଥିଲେ ମଧ୍ଯ କୋଚିଲା ସେବନ କରିବା ଦ୍ବାରା ଲାଭଦାୟକ ହୋଇଥାଏ।

nux-vomica-ଆଖି ସମ୍ବନ୍ଧିତ ଲକ୍ଷଣ

ଯେଉଁ ବ୍ଯକ୍ତି ନିଆଁ ପାଖକୁ ଆସିବା ମାତ୍ରେ ହିଁ ଆଖି ବନ୍ଦ କରିଦେଇଥାନ୍ତି ଏବଂ ଆଖି ଭିତର କେଞ୍ଚି ହେଲା ଭଳି ଲାଗିଥାଏ ବା ସର୍ବଦା ଆଖିରୁ ପାଣି ଗଡ଼ିବା ଭଳି ସମସ୍ଯା ଦେଖା ଦିଏ ସେମାନେ କୋଚିଲା ସେବନ କରିବା ଲାଭକାରୀ ହୋଇଥାଏ। ଏହାବ୍ଯତୀତ କାନ କୁଣ୍ଡେଇ ହେବା, ଅଧିକା ଜୋର ଶବ୍ଦରେ କାନରେ ଯନ୍ତ୍ରଣା ହେବା କିମ୍ବା କାନ ନଳୀ ଶୁଖିଯିବା ଏବଂ ରାତିରେ ଶୋଇବା ସମୟରେ ନାକ ବନ୍ଦ ହୋଇଯିବା କିମ୍ବା ଅତ୍ଯଧିକ ଥଣ୍ଡା ଯୋଗୁଁ ନିଶ୍ବାସ-ପ୍ରଶ୍ବାସ ନେବାରେ ଦେଖାଯାଉଥିବା ଅସୁବିଧା ଦୂର କରିବାରେ ଭଲ କାମ ଦିଏ ଏହି ଫଳ।

Nux-Vomicaପୁରୁଷ ଏବଂ ସ୍ତ୍ରୀ ରୋଗର ନିରାକରଣ

ହଠାତ୍ ପୁରୁଷଙ୍କ ଯୌନ ଉତ୍ତେଜନା ତେଜ ହେବା। ଅଧିକାଂଶ ସମ୍ଭୋଗ କ୍ରିୟା କରିବା ଦ୍ବାରା ଶରୀରରେ ବୀର୍ଯ୍ୟ କମ ହେବା, ସ୍ବପ୍ନ ଦୋଷ, ପିଠିରେ ଯନ୍ତ୍ରଣା, ଚିଡଚିଡା ଲାଗିବା ଏବଂ ଦୁର୍ବଳ ଲାଗିବା ଭଳି ସମସ୍ଯା ଯଦି ପୁରୁଷମାନଙ୍କ ପାଖରେ ଦେଖାଯାଏ ତେବେ କୋଚିଲା ସେବନ କରିବା ଲାଭଦାୟକ ହୋଇଥାଏ। ସେହିଭଳି ମହିଳାମାନଙ୍କ ମାସିକ ଧର୍ମ ସମୟ ପୂର୍ବରୁ ହେବା, ବାରମ୍ବାର ପରିସ୍ରା ଲାଗିବା ଏବଂ ଯୌନ ଉତ୍ତେଜନା ତେଜ ହେବା ଭଳି ସମସ୍ଯା ଦେଖାଯାଉଥିଲେ ଏଥିପାଇଁ ଉତ୍ତମ ବିକଳ୍ପ ହେଇଥାଏ କୋଚିଲା।

nux vomica-ନିଦ ସମ୍ବନ୍ଧିତ ଲକ୍ଷଣ ରହିଥିଲେ

ଯଦି କୌଣସି ବ୍ଯକ୍ତିଙ୍କୁ ରାତି ୩ଟା ପରଠାରୁ ସକାଳ ପର୍ଯ୍ଯନ୍ତ ନିଦ ଆସିନଥାଏ ତେବେ ଏହିଭଳି ସମସ୍ଯା ରହିଥିଲେ ମଧ୍ଯ ଆପଣ କୋଚିଲା ଔଷଧ ସେବନ କରିପାରିବେ। ଏହାବତୀତ ଯଦି ଜ୍ବର ଆସିଥାଏ ଏବଂ ସମ୍ପୂର୍ଣ୍ଣ ଶରୀରରେ ଯନ୍ତ୍ରଣା ଅନୁଭବ ହୋଇଥାଏ ତେବେ ମଧ୍ଯ ଆପଣ ଏହି ଔଷଧ ସେବନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.