ଏହି ଦେଶରେ ଛେଳିର ମଳ ଲୋକଙ୍କୁ କରିଥାଏ ଲକ୍ଷପତି, କମାଇଥାନ୍ତି ଏତେ ଏତେ ଟଙ୍କା

ସାଧାରଣତଃ ଭାରତରେ ଛେଳି ମଳତ୍ୟାଗ କରିବା ପରେ ତାହାକୁ ଫୋପାଡିଦିଆଯାଏ କିମ୍ବା ଏହାକୁ କ୍ଷେତରେ ବ୍ୟବହାର କରାଯାଏ। କିନ୍ତୁ ଦୁନିଆରେ ଏପରି ଏକ ଦେଶ ରହିଛି, ଯେଉଁଠାରେ ଲୋକ ଛେଳି ମଳରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି। ଏହି ଦେଶରେ ଛେଳିଙ୍କ ମଳର ମୂଲ୍ୟ ଅତ୍ୟଧିକ ରହିଥାଏ। ତେବେ ଆପଣ ଭାବୁଥିବେ, ଏଠାରେ ଛେଳି ମଳରେ କ’ଣ ହୁଏ ଯେ, ଯେଉଁଥିରୁ ଲୋକ ଲକ୍ଷ ଲକ୍ଷ ଟଙ୍କା ଆୟ କରନ୍ତି।

oil

ଆଫ୍ରିକୀୟ ଦେଶ ମରକ୍କୋରେ ଛେଳି ଏକ ଖାସ୍‌ ଗଛରେ ଚଢିଯାଆନ୍ତି ଏବଂ ସେହି ଗଛର ଫଳକୁ ମନ ମୁତାବକ ଖାଆନ୍ତି। ଛେଳିର ମାଲିକ ମଧ୍ୟ ଏହି ଗଛରେ ଛେଳିକୁ ଚଢିବାକୁ ରୋକନ୍ତି ନାହିଁ। କାରଣ ଏହି ଗଛର ଫଳ ଖାଇବା ପରେ ହିଁ ଛେଳିର ମଳର ମୂଲ୍ୟର ଲକ୍ଷ ଲକ୍ଷ ଟଙ୍କା ହୋଇଯାଏ।

goat

ଏବେ ଆପଣ ଭାବୁଥିବେ କି, କେଉଁ ଗଛର ଫଳ ଏତେ ମହଙ୍ଗା। ଯାହାକୁ ଖାଇବା ପରେ ଛେଳିର ମଳ ମଧ୍ୟ ମୂଲ୍ୟବାନ ହୋଇଯାଏ। ଏହି ଗଛର ନାମ ଆର୍ଗନ। ଏହି ଗଛରେ ଫଳୁଥିବା ଫଳ ଛେଳିକୁ ବହୁତ ପସନ୍ଦ ଆସିଥାଏ, କିନ୍ତୁ ଛେଳି ଏହି ଫଳର ମଞ୍ଜିକୁ ହଜମ କରିପାରେ ନାହିଁ, ତେଣୁ ମଳ ତ୍ୟାଗ କରିବା ବେଳେ ଏହାକୁ ଶରୀରରୁ ବାହାର କରିଦିଅନ୍ତି। ତା’ପରେ ମାଲିକ ଏହି ମଳକୁ ଧୋଇ ସେହି ମଞ୍ଜିକୁ ଏକାଠି କରନ୍ତି। ଏହି ମଞ୍ଜିକୁ ଭଲଭାବେ ଧୋଇ ଭାଜିବା ପରେ ସେଥିରୁ ତେଲ ବାହାର କରାଯାଏ। ଯାହାକୁ ଆର୍ଗନ ତେଲ କୁହାଯାଏ। ଏହି ତେଲକୁ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ଭାବେ ବ୍ୟବହାର କରାଯାଏ। ଏହି ତେଲର ମୂଲ୍ୟ ୬୦-୭୦ ହଜାର ଟଙ୍କା ପ୍ରତି ଲିଟର ପାଖାପାଖି ରହିଥାଏ। ଯେଉଁଥିପାଇଁ ଛେଳି ମାଲିକ ଏହି ମଞ୍ଜିରୁ ଲକ୍ଷାଧିକ ଟଙ୍କା ଆୟ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.