ଛତିଶଗଡ଼ ପଟୁ ଓଡ଼ିଶାକୁ ମାଡି ଆସିପାରନ୍ତି ପଙ୍ଗପାଳ, ଯେଉଁ ଜିଲ୍ଲାକୁ ପୂର୍ବରୁ ଆଲର୍ଟ କରାଯାଇଥିଲା ପୁଣି ସେଗୁଡ଼ିକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

କେନ୍ୟୁଜ୍ (ବ୍ୟୁରୋ): ଓଡିଶା ପ୍ରତି ପୁଣି ପଙ୍ଗପାଳ ଭୟ । ଛତିଶଗଡ଼ ପଟୁ ଓଡ଼ିଶାକୁ ପଙ୍ଗପାଳ ମାଡ଼ିଆସିବାର ସମ୍ଭାବନା ଦେଖାଯାଇଛି। ଏନେଇ ଆମକୁ ସତର୍କ ରହିବାକୁ ପଡ଼ିବ। ପ୍ରତିଦିନ ସନ୍ଧ୍ୟା ୫ଟାରେ ପଙ୍ଗପାଳଙ୍କ ଗତିବିଧିର ରିପୋର୍ଟ ଆସୁଥିବା କହିଛନ୍ତି ସ୍ୱତନ୍ତ୍ର କୃଷି ସଚିବ ଏସ. କେ. ବଶିଷ୍ଟ। ଏନେଇ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପେଷ୍ଟ ମାନେଜମେଣ୍ଟ ରିପୋର୍ଟ ଦେଉଛନ୍ତି।

କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ପଙ୍ଗପାଳଙ୍କ ମୁକାବିଲା ପାଇଁ ଉଦ୍ୟମ ଚାଲିଛି। ତେବେ ଏହି ଦଳ ନୂଆ କି ପୁରୁଣା ତାହା ଜାଣିବାକୁ ଗବେଷଣା ଚାଲିଛି। ପୂରୁଣା ଦଳ ମଧ୍ୟପ୍ରଦେଶ ପହଞ୍ଚିବା ପରେ ଦୂର୍ବଳ ହୋଇଯାଇଥିଲା। ପୁଣି ଥରେ ପଙ୍ଗପାଳ ଭୟ ଦେଖାଯାଇଥିବାରୁ ଯେଉଁ ଜିଲ୍ଲାକୁ ପୂର୍ବରୁ ଆଲର୍ଟ କରାଯାଇଥିଲା, ସେଗୁଡ଼ିକୁ ପୁଣି ଥରେ ଆଲର୍ଟ କରାଯିବ ।

Leave A Reply

Your email address will not be published.