ଯାଜପୁର: ଅଚାନକ ସାମ୍ନାକୁ ଚାଲି ଆସିଲା ଗାଈ, ଫିଲ୍ମି ଷ୍ଟାଇଲରେ ରାସ୍ତା ଉପରେ ଘୂରି ଘୂରି ଓଲଟି ପଡିଲା ଗାଡି, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କେନ୍ୟୁଜ୍(ବ୍ୟୁରୋ): ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ବଡ଼ଚଣା ଛକ ନିକଟରେ। ଅଚାନକ ଗାଡି ସାମ୍ନାରେ ଏକ ଗାଈ ଆସି ଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ରାଜପଥ ଉପରେ ଓଲଟି ପଡିଥିଲା।

ଏଥିରେ ଭୁବନେଶ୍ବରରୁ କେନ୍ଦୁଝର ଅଭିମୁଖେ ଯାଉଥିବା ୩ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ଖବର ପାଇ ବଡ଼ଚଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରୁ କ୍ରେନ୍ ସାହାଯ୍ୟରେ ଗଡ଼ିଟି ଉଠାଇ ଯାତ୍ରୀମାନଙ୍କୁ ବଡ଼ଚଣା ମେଡିକାଲ୍ କୁ ଚିକିତ୍ସା ପାଇଁ ପଠାଇଛି।

 

Leave A Reply

Your email address will not be published.