କେନ୍ୟୁଜ୍(ବ୍ୟୁରୋ): କାଲି ସରୁଛି ଅନଲକ୍ ଓ୍ଵାନ୍ । ତାପୂର୍ବରୁ ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କଠାରୁ ମତାମତ ନେଲେ ମୁଖ୍ୟମନ୍ତ୍ରୀ । ୧୦ ସୂତ୍ରୀ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମୁକାବିଲା କ୍ଷେତ୍ରରେ ଆଗକୁ କଣ କରାଯିବ ? ଲକଡାଉନ୍ର ରୂପରେଖ କିଭଳି ରହିବ ? ସେନେଇ ମତାମତ ମାଗିଥିଲେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଥିଲେ ।