Below header

ଖୋର୍ଦ୍ଧା: କମେଣ୍ଟ ମରାକୁ କେନ୍ଦ୍ର କରି ଯୁବତୀଙ୍କୁ ମାଡ଼ ମାରିବା ଅଭିଯୋଗ,ଏସପିଙ୍କ ଦ୍ବାରସ୍ଥ ହେଲେ ପୀଡିତା

ଖୋର୍ଦ୍ଧା(କେନ୍ୟୁଜ୍):କମେଣ୍ଟ ମରାକୁ କେନ୍ଦ୍ର କରି ଯୁବତୀଙ୍କୁ ମାଡ଼ ମାରିବା ଅଭିଯୋଗ । ଦୁଇ ଜଣ ଯୁବକ ଆକ୍ରମଣ କରୁଥିବା ଥାନାରେ ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ହରିପୁର ଶାସନରେ । ଥାନାରେ ଅଭିଯୋଗ ସହ ଏସ୍‌ପିଙ୍କ ନିକଟରେ ଫେରାଦ ହୋଇଛନ୍ତି ଅଭିଯୋଗକାରିଣୀ । ଗାଁର ରବି ଓ ଖନାଙ୍କ ନାଁରେ ଅଭିଯୋଗ ହୋଇଛି । ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ ଦୁର୍ବୃତ୍ତ । ଆକ୍ରମଣ ବେଳର ଭିଡିଓ ଏବେ ଭାଇରାଲ୍‌ ହୋଇଛି । ଘଟଣାର ତଦନ୍ତ ଜାରି ରଖିଛି ବୋଲଗଡ଼ ଥାନା ପୋଲିସ ।

ମିଳିଥିବା ସୂଚନା ମୁତାବକ ହରିପୁର ଶାସନର ଦାଶରଥି ଜେନାଙ୍କ ପରିବାର ଦୁଇ ଝିଅଙ୍କ ମଧ୍ୟରୁ ଜଣକୁ ଗାଧୋଇଯିବା ବାଟରେ ଦୁର୍ଷ୍କମ ଉଦ୍ୟମ କରାଯାଇଥିଲା । ଏଇ ଘଟଣାର କିଛି ଦିନ ପରେ  ଏବେ ଆଉ ଏକ ଝିଅକୁ ସେହି ଦୁଇ ଯୁବକ ମାଡ ମାରୁଥିବା ଭିଡିଓ ଭାଇରାଲ ହୋଇଛି । ପୂର୍ବରୁ ସେମନାଙ୍କ ନାମରେ ଥାନରେ ଅଭିଯୋଗ ରହିଛି । ଏତଲାକାରୀ ମହିଳା ଜଣକ ବୋଲଗଡ ଥାନାରେ ଅଭିଯୋଗ ପରେ ଖୋର୍ଦ୍ଧା ଏସପିଙ୍କ ନିକଟରେ ଆଜି ଫେରାଦ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ଗ୍ରାମର ରବି ଓ ଖନା ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏସଂକ୍ରାନ୍ତରେ ପୋଲିସ ଉଭୟ ପକ୍ଷର ଏତଲା କୁ ମାମାଲା ରୁଜୁ କରି ତଦନ୍ତ କରୁଥିବା ଖୋର୍ଦ୍ଧା ଏସପି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.