ପୁରୀ: ଭିଜିଲାନ୍ସ ହାତରେ ଅସ୍ତରଙ୍ଗ R.I ଅଫିସର ଅମିନ, ଆମ୍ପନ ବାତ୍ୟା ସହାୟତା ପାଇଁ ନେଉଥିଲେ ଲାଞ୍ଚ

କାକଟପୁର(କେନ୍ୟୁଜ୍): ଲାଞ୍ଚ ନେଉଥିବା ବେଳେ ପୁରୀଭିଜିଲାନ୍ସ ହାତରେ ଧରାପଡିଲେ ଅସ୍ତରଙ୍ଗ ଆର ଆଇ ଅଫିସର ଅମିନ। ଆମ୍ପନ ବାତ୍ୟା ସହାୟତା ଯୋଗାଇଦେବା ନାମରେ ଅସ୍ତରଙ୍ଗ ଆର ଆଇ ଅଫିସର ଅମିନ ପ୍ରଫୁଲବେହେରା ୧୨୦୦୦ ଟଙ୍କା ଦାବିକରି ସର୍ବେଶ୍ବର ଓଝାଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ପୁରୀଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ପୂର୍ବରୁ ଆଠହଜାର ନେଇଥିବା ବେଳେ ଆଜି ଅବଶିଷ୍ଟ ୫୦୦୦ ଟଙ୍କା ନେବା ପାଇଁ କହିଥିଲେ। ଆଜି ସେହି ଟଙ୍କା ନେବା ବେଳେ ବେଳେ  ଘଟଣା ସ୍ଥଳରୁ ଧରିଛି ପୁରୀର  ଭିଜିଲାନ୍ସ ଟିମ୍। ପୁରୀ ଭିଜିଲାନ୍ସ ଡିଏସପି ହରମୋହନ ପତିଙ୍କ ନେତୃତ୍ୱ ରେ ୭ ଜଣିଆ ଟିମ ଅମିନ ପ୍ରଫୁଲବେହେରାଙ୍କୁ ଟଙ୍କାନେବା ବେଳେ ଚଢାଉ କରି ଗିରଫ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.