Below header

ଚାଇନାକୁ ଚାପୁଡା, ୫୯ଟି ଚାଇନା ମୋବାଇଲ୍ ଆପ୍‌କୁ ବ୍ୟାନ୍ କଲେ ଭାରତ ସରକାର

ନୂଆଦିଲ୍ଲୀ : ଭାରତରେ ଚାଇନିଜ୍‌ ଟିକ୍‌ଟକ୍‌ ଆପ୍‌ ବ୍ୟାନ୍‌ । ଚୀନ୍‌ ସହ ମୁହାଁମୁହିଁ ସ୍ଥିତି ବେଳେ ଟିକଟକ୍‌ ସମେତ ୫୯ଟି ଚାଇନିଜ୍‌ ଆପ୍‌କୁ ବ୍ୟାନ୍‌ କରିଛନ୍ତି କେନ୍ଦ୍ର ସରକାର । ଦେଶର ସାର୍ବଭୌମତ୍ୱ ଓ ଏକତା ପ୍ରତି ହାନୀକାରକ ଦର୍ଶାଇ ଏହି ସବୁ ଆପ୍‌କୁ ନିଷିଦ୍ଧ କରାଯାଇଛି । ଏହି ୫୯ ଆପ୍‌ ଭିତରେ ରହିଛି ସେୟାର ଇଟ୍‌, ଜେଣ୍ଡର, ୟୁସି ବ୍ରାଉଜର, କ୍ଲବ୍‌ ଫାକ୍ଟ୍ରି, କ୍ୟାମ୍‌ ସ୍କାନର, MI କମ୍ୟୁନିଟି, ମେଲ୍‌ ମାଷ୍ଟର, ଡିୟୁ ରେକଡର, ନ୍ୟୁଜ୍‌ ଡଗ୍‌, ହେଲୋ, ଲାଇକି, କ୍ଲାସ ଅଫ କିଙ୍ଗ, ଭାଇରସ କ୍ଲିନର ଭଳି ଆପ୍ଲିକେସନ୍‌ ।

tiktok banଭାରତୀୟ ସୁରକ୍ଷା ଏଜେନ୍ସୀ ଚାଇନିଜ୍‌ ଆପ୍‌ର ତାଲିକା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଦେଇଥିଲେ । ସେସବୁକୁ ବ୍ୟାନ୍‌ କରାଯାଉ ନହେଲେ ଲୋକଙ୍କୁ ସେସବୁ ଆପକୁ ତୁରନ୍ତ ନିଜ ନିଜ ମୋବାଇଲକୁ ହଟାଇବାକୁ କହିବା ପାଇଁ କେନ୍ଦ୍ର ନିକଟରେ ଅପିଲ କରିଥିଲା ସୁରକ୍ଷା ଏଜେନ୍ସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.