ସଟଡାଉନରେ କ୍ରିକେଟ ପ୍ରେମ, କୋରନା କଟକଣାକୁ ଅବମାନନା କରି କ୍ରିକେଟ୍ ଖେଳୁଥିବା ୩୦ରୁ ଅଧିକା ଯୁବକଙ୍କୁ ଧରିଲା ପ୍ରଶାସନ

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ସହରରେ ଦିନକୁ ଦିନ କୋରନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି  । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରସାଶନ ପକ୍ଷରୁ ବ୍ରହ୍ମପୁର ସହରକୁ ୪ଦିନ ସମ୍ପୁର୍ଣ୍ଣ ସଟ୍ ଡାଉନ ଘୋଷଣା କରାଯାଇଛି  । କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ଅନ୍ୟମାନଙ୍କୁ ଘରୁ ବାହାରିବାରେ କଟକଣା ଜାରୀ କରାଯାଇଛି  ।

ganjam covid 2

ଏଭଳିସ୍ଥିତିରେ ବ୍ରହ୍ମପୁର ସହରର ଅନେକ ଯୁବକ କୋଭିଡ -19 ପାଇଁ ଜାରୀ ହୋଇଥିବା କଟକଣାକୁ ନମାନି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳ ପଡିଆ , ଆଙ୍କୁଲିର ଏକ ଖେଳ ପଡିଆରେ ଜମା ହୋଇ କ୍ରିକେଟ୍ ଖେଳୁଥିଲେ  ।ଏନେଇ ବ୍ରହ୍ମପୁର ଉପ- ଜିଲ୍ଲାପାଳ ଖବର ପାଇବା ପରେ ଚଢାଉ କରି ୩୦ରୁ ଅଧିକ ଯୁବକଙ୍କୁ ଧରିଥିଲେ  । ସମସ୍ତଙ୍କ ମୋବାଇଲ ଫୋନ ଜବତ କରି ତାଗିତ୍ କରିବା ସହ ସମସ୍ତଙ୍କ ଅଣ୍ଡରଟେକିଂ ରଖି ଛଡାଯାଇଥିଲା  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.