କରୋନା ସମୟରେ ଅନେକ ସ୍ମାର୍ଟଫୋନ କମ୍ପାନୀ ଏବେ ସବୁ ଫୋନର ଦାମ୍ କମାଇବାରେ ଲାଗିଛନ୍ତି। ଏହାମଧ୍ୟରେ ରିଅଲ ମି କମ୍ପାନୀ ସ୍ମାର୍ଟଫୋନ ରିଅଲ ମି ୩ ପ୍ରୋ ଫୋନର ଦାମ କମାଇଛି। ଯଦି ଆପଣ ବଜେଟ ଫୋନ କିଣିବାକୁ ପ୍ଲାନିଂ କରୁଛନ୍ତି ତେବେ ଆପଣଙ୍କ ପାଇଁ ସବୁଠାରୁ ଭଲ ଅଫର ରହିଛି।
ସୂଚନା ମୁତାବକ, ରିଅଲ ମି ୩ ଫୋନରେ କମ୍ପାନୀ ୬ ହଜାର ଟଙ୍କା ଶସ୍ତା ହୋଇଛି। ପୂର୍ବରୁ ଏହି ଫୋନର ମୂଳ୍ୟ ୧୫,୯୯୯ ଟଙ୍କା ରହିିବା ବେଳେ ଏବେ ଏହାକୁ ୯,୯୯୯ ଟଙ୍କାରେ ୟୁଜର୍ସ କିଣିପାରିବେ।
ରିଅଲ ମି-୩ର ଫୋନରେ ଇନ-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନସର ସହିତ ଫୁଲ ସ୍କ୍ରିନ ଏବଂ ଗରିଲା ଗ୍ଲାସ ୫ ରହିଛି। ଏହି ଫୋନରେ କ୍ୱାଲାକୋମ ସ୍ନାପଡ୍ରାଗନ ୭୧୦ ପ୍ରୋସେସର ରହିଛି। ଏହି ସ୍ମାର୍ଟଫୋନ ପର୍ପଲ, ବ୍ଲୁ ଏବଂ ଗ୍ରେ କଲର ଅପସନରେ ରହିଛି। ଫୋନର ବ୍ୟାଟେରୀ କ୍ଷମତା ମଧ୍ୟ ୪,୦୪୫ ଏମଏଏଚ ରହିଛି। ଏହାସହିତ ଫୋନରେ ୨୫ ମେଗାପିକ୍ସେଲ ପ୍ରଣ୍ଟ କ୍ୟାମେରା ସହିତ ବ୍ୟାକ୍ରେ ୧୬ ମେଗାପିକ୍ସେଲ ଏବଂ ୫ ମେଗାପିକ୍ସେଲ ଡୁଆଲ କ୍ୟାମେରା ରହିଛି। ଏହି ଫୋନ Motorola One Vision Plus କୁ ଟକ୍କର ଦେବ।