ସିଆରପିଏଫ୍‌ରେ ଖାଲିପଡିଛି ୭୮୯ ପଦବୀ, ମାସକୁ ଦରମା ଦେଢ ଲକ୍ଷ

ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ରେ ଚାକିରି କରିବାର ସୁଯୋଗ। ସିଆରପିଏଫରେ ଖାଲିପଡିଛି ଅନେକ ପଦବୀ। ସିଆରପିଏଫରେ ପାରାମେଡିକାଲ ଷ୍ଟାଫ ସହିତ ଶତାଧିକ ଭିନ୍ନ ଭିନ୍ନ ପଦବୀ ଖାଲି ପଡିଛି। ଏଥିପାଇଁ ଅଧିକାରକ େଓ୍ଵବସାଇଟ crpf.gov.in କୁ ଯାଇ ନୋଟିଫିକେସନ ମଧ୍ୟ ଜାରି କରିଛି। ଏହିସବୁ ପଦବୀରେ ଯୋଗ୍ୟ ପ୍ରାର୍ଥୀଙ୍କୁ ମାସକୁ ଦରମା ୧.୪୨ ଲକ୍ଷ ମିଳିବ।

ପଦବୀ ସଂଖ୍ୟା : ୭୮୯

ସିଆରପିଏଫର ଖାଲି ପଡିଥିବା ଭିନ୍ନ ଭିନ୍ନ ପଦବୀରେ ଆବେଦନ ଅନଲାଇନ ମାଧ୍ୟମରେ କରିବାକୁ ହେବ। ଅନଲାଇନ ଆବେଦନ ପ୍ରକ୍ରିୟା ୨୦ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି। ଆବେଦନ କରିବାର ଶେଷ ତାରିଖ ୩୧ ଅଗଷ୍ଟ ୨୦୨୦ ରହିଛି।

crpf

ଚୟନ ପ୍ରକ୍ରିୟା :

ଏହିସବୁ ପଦବୀରେ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ କରାଯିବ। ଯାହା ୨୦ ଡିସେମ୍ବର ୨୦୨୦ରେ ହେବ। ଏହିସବୁ ପଦବୀ ପାଇଁ ଦିଲ୍ଲୀ, ହାଇଦ୍ରାବାଦ, ଗୌହ୍ଵାଟୀ, ଜମ୍ମୁ, ପ୍ରୟାଗରାଜ, ଆଜମେର, ନାଗପୁର, ମୁଜ୍ଜାଫରପୁର, ପଲ୍ଲୀପୁରମରେ ପରୀକ୍ଷା ହେବ।

ଜରୁରୀ ଯୋଗ୍ୟତା :

ଏହିସବୁ ଖାଲି ପଡିଥିବା ଭିନ୍ନ ଭିନ୍ନ ପଦବୀରେ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ମଧ୍ୟ ଅଲଗା ଅଲଗା ରହିଛି। ଏହା ସମ୍ବନ୍ଧରେ ବିସ୍ତତ ବିବରଣୀ ନୋଟିଫିକେସନକୁ ଯାଇ ଜାଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.