କେନ୍ୟୁଜ୍(ବ୍ୟୁରୋ): ବର୍ଷା ଦିନେ ଗ୍ରୀଷ୍ଣ ଭଳି ଉତ୍ତାପ ସମସ୍ୟାରୁ ମିଳିବ ମୁକ୍ତି। ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଅଗଷ୍ଟ ୪ରେ ରାଜ୍ୟରେ ବର୍ଷିବା ନେଇ ଆକଳନ କରିଛି ଅରଞ୍ଚଳିକ ପାଣିପାଗ ବିଭାଗ। ସମ୍ଭାବ୍ୟ ବର୍ଷା ନେଇ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜିଠାରୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ଆସୁଥିଲେ ମଧ୍ୟ ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିବାନେଇ ସୂଚନା ଦେଇଛି ପାଣିପାଗ ବିଭାଗ।