ଚେନ୍ନାଇରେ ବଦଳିଲା ତିନି ଷ୍ଟେସନର ନାମ, ରଖାଗଲା ଅନ୍ନା ଏମଜିଆର ଏବଂ ଜୟାଙ୍କ ନାମ

ତାମିଲନାଡୁ ସରକାର ଶୁକ୍ରବାର ଦିନ ତିନି ମେଟ୍ରୋ ଷ୍ଟେସନ ନାମକୁ ଦିବଂଗତ ମୁଖ୍ୟମନ୍ତ୍ରୀ ସି.ଏନ ଅନ୍ନଦେୁରଇ, ଏମ୍‌. ଜୀ. ରାମଚନ୍ଦ୍ରନ ଏବଂ ଜେ ଜୟଲଳିତାଙ୍କ ନାମରେ ରଖାଯାଇଛି। ସରକାରଙ୍କ ଆଦେଶ ଅନୁଯାୟୀ, ଅଲନ୍ଦୁର ଷ୍ଟେସନର ନାମ ଏବେ ‘ଅରିଗନର ଅନ୍ନା ଅଲନ୍ଦୁର ମେଟ୍ରୋ ହେବ। ସେଣ୍ଟ୍ରାଲ ମେଟ୍ରୋ ନାମ ‘ ପୁରେଚୀ ଥଲାଇଭର ଡା. ଏମଜି ରାମଚନ୍ଦ୍ରନ ମେଟ୍ରୋ ଏବଂ ସିଏମିବିଟି ଷ୍ଟେସନର ନାମ ‘ପୁରେଚୀ ଥଲାଇବି ଡା. ଜେ ଜୟଲଳିତା ସିଏମଏବିଟି ମେଟ୍ରୋ’ ନାମରେ ଜଣାଯିବ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀ କହିଛନ୍ତି କି, ରାଜ୍ୟ ସରକାର ଉଚ୍ଚ ସ୍ତରୀୟ ସମିତିରେ କଥାବାର୍ତ୍ତା ହେବା ପରେ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇଛି। ଚେନ୍ନାଇ ମେଟ୍ରୋ ରେଳର ଦ୍ୱିତୀୟ ପର୍ଯ୍ୟାୟରେ ୬୧,୮୪୩ କୋଟି ଟଙ୍କାରେ ୧୧୮.୯ କିମି ନିର୍ମାଣ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.