Below header

“ସୁଶାନ୍ତଙ୍କୁ ହାରାସ କରୁଥିଲେ ରିୟା” ବିହାର ପୋଲିସକୁ ହ୍ଵାଟ୍ସଆପ ଚାଟ ଦେଖାଇଲେ ଅଙ୍କିତା

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ବର୍ତ୍ତମାନ ତାଙ୍କ ପରିବାରର ଅତି ନିକଟତର ହୋଇଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ତାଙ୍କ ପରିବାରକୁ ମଧ୍ୟ ଭେଟିଥିଲେ । ଏହା ମଧ୍ୟ କୁହାଯାଉଛି ଯେ ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ସେ ଦୁଇଥର ପାଟନା ଯାଇଥିଲେ ଏବଂ ରିୟା ଚକ୍ରବର୍ତ୍ତୀଙ୍କ ସହ ତାଙ୍କର ଖରାପ ସମ୍ପର୍କ ବିଷୟରେ କହିଥିଲେ ।

बिहार पुलिस को दिए बयान में बोलीं अंकिता लोखंडे, 'सुशांत ने चैट में कहा था रिया कर रही हैं हैरेस'

କେବଳ ଏତିକି ନୁହେଁ, ସୁଶାନ୍ତଙ୍କ ସହ ରିୟାଙ୍କର ହୋଇଥିବା କିଛି ଚାଟକୁ ମଧ୍ୟ ଅଙ୍କିତା ତାଙ୍କ ଭଉଣୀ ଶ୍ୱେତାଙ୍କୁ ଦେଖାଇଥିଲେ। ବର୍ତ୍ତମାନ ସେ ବିହାର ପୋଲିସକୁ ନିଜର ବୟାନ ଦେଇଛନ୍ତି ଯେଉଁଥିରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଅଙ୍କିତା ଲୋଖଣ୍ଡେ ବିହାର ପୋଲିସକୁ କହିଛନ୍ତି ଯେ ଫିଲ୍ମ ‘ମଣିକର୍ଣ୍ଣିକା’ର ପ୍ରମୋସନ ସମୟରେ ସୁଶାନ୍ତ ସିଂ ତାଙ୍କୁ ୱିସ କରିବା ପାଇଁ କଲ କରିଥିଲେ। ଉଭୟଙ୍କ ମଧ୍ୟରେ ବହୁତ କଥାବାର୍ତ୍ତା ମଧ୍ୟ ହୋଇଥିଲା ।

Sushant told ex-girlfriend Ankita Lokhande he was 'quite unhappy ...

ଅଙ୍କିତା କହିଛନ୍ତି ଯେ ସୁଶାନ୍ତ ଅତ୍ୟନ୍ତ ଇମୋସନାଲ ହୋଇ ତାଙ୍କୁ କହିଥିଲେ ଯେ ସେ ଏହି ରିଲେସନସିପକୁ ନେଇ ସେ ବହୁତ ବିରକ୍ତ ହୋଇଗଲେଣି । ସେ ଆହୁରି କହିଛନ୍ତି ଯେ ସୁଶାନ୍ତ ଏହି ସମ୍ପର୍କକୁ ଶେଷ କରିବାକୁ ଚାହୁଁଥିଲେ । କାରଣ ରିୟା ଚକ୍ରବର୍ତ୍ତୀ ତାଙ୍କୁ ବହୁତ ହାରାସ କରୁଥିଲେ ।

बिहार पुलिस को दिए बयान में बोलीं अंकिता लोखंडे, 'सुशांत ने चैट में कहा था रिया कर रही हैं हैरेस'

ଅଙ୍କିତା ବିହାର ପୋଲିସ ସହିତ ଏହି ଚାଟ ମଧ୍ୟ ସେୟାର କରିଥିଲେ । ଏହା ବ୍ୟତୀତ ଅଙ୍କିତାଙ୍କର ମଧ୍ୟ ଅନେକ ଚାଟ୍ ଥିଲା ଯାହା ତାଙ୍କ ଏବଂ ସୁଶାନ୍ତଙ୍କ ମଧ୍ୟରେ ହୋଇଥିଲା । କେବଳ ଏତିକି ନୁହେଁ ଅଙ୍କିତା କହିଛନ୍ତି ଯେ ସୁଶାନ୍ତ ଏବଂ ତାଙ୍କ ସମ୍ପର୍କ ଅତି ନିବିଡ଼ ଥିଲା ସେ ସୁଶାନ୍ତଙ୍କୁ ବହୁତ ଭଲ ପାଉଥିଲେ । ସୁଶାନ୍ତ ଏତେ ଶୀଘ୍ର ନିଜ ହୃଦୟର କଥା କାହାକୁ କହିପାରନ୍ତି ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ 2016 ମସିହାରେ ବ୍ରେକଅପ୍ ପରେ ସେ ଆଶା କରିଥିଲେ ଯେ ସୁଶାନ୍ତ ତାଙ୍କ ନିକଟକୁ ନିଶ୍ଚୟ ଫେରିବେ । କିନ୍ତୁ ତାହା ଘଟିଲା ନାହିଁ। ଅଙ୍କିତା କହିଛନ୍ତି ଯେ ଯଦି ସୁଶାନ୍ତ ମୋ ସହିତ ଥାଆନ୍ତେ ଆଜି ହୁଏତ ସେ ଆମ ସହିତ ଥାଆନ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.