ନନଭେଜ ଡେ’ କୁ କରନ୍ତୁ ଆଉ ଟିକେ ସ୍ପେଶାଲ, ଘରେ ପ୍ରସ୍ତୁତ କରି ଚାଖନ୍ତୁ “ରୋଗନ ମଟନ ଜୋଶ”

ମଟନରେ ତ ଆମେ ଭିନ୍ନ ଭିନ୍ନ ପ୍ରକାର ରେସିପି କରି ଖାଇଥାଉ । ଯେମିତିକି ମଟନ କଷା, ମଟନ ବିରିୟାନୀ, ମଟନ କୋରମା ଇତ୍ୟାଦି ।କିନ୍ତୁ ହୁଏତ ଆପଣ କେବେବି “ରୋଗନ ମଟନ ଜୋଶ” ବିଷୟରେ ଶୁଣି ନଥିବେ କି ଜାଣି ନଥିବେ । ତେବେ ଏକ ସ୍ପେଶାଲ ମୌକାରେ ନିଶ୍ଚିତ ରୂପେ ଥରେ ମଟନରେ ପ୍ରସ୍ତୁତ ଏହି ସ୍ପେଶାଲ ଡ଼ିସ ଘରେ ପ୍ରସ୍ତୁତ କରି ଏହାର ମଜା ନିଅନ୍ତୁ ଓ ପରିବାରର ଅନ୍ୟମାନଙ୍କୁ ବି ଖୁଆନ୍ତୁ । ତେବେ ପ୍ରଥମେ ଲେଖି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

ମଟନ – ଅଧା କିଲୋ

ଜିରା – ଅଧା ଚାମଚ

ଖୁଆ – ଏକ ଛୋଟ ଚାମଚ

ବାଦାମ – ୧୦ ରୁ ୧୫ଟି

ବଡ ଅଳେଇଚ – ୨ ଟି

ଡ଼ାଳଚିନି -୨ଟି

ଲବଙ୍ଗ -୪ ରୁ ୫ ଟି

ଗୋଲମରିଚ – ଅଧା ଚାମଚ

ଶୁଖିଲା ଲଙ୍କା ଗୁଣ୍ଡ – ଗୋଟେ ଚାମଚ

ପାନମଧୁରୀ- ୨ ଚାମଚ

Mutton Rogan Josh Recipe: Try this Delicious and Tasty Recipe at ...

 

ଦହି – ଗୋଟେ କପ

କେଶର – ୨ ଚାମଚ

ଗରମ ମସଲା – ଅଧା ଚାମଚ

ହେଙ୍ଗୁ -ଗୋଟେ ଚୁଟକୀ

ସୋରିଷ ତେଲ -ରୁଚି ଅନୁଯାୟୀ

ଲୁଣ – ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ମଟନକୁ ଏକ ବଡ଼ ପାତ୍ରରେ ରଖନ୍ତୁ । ପାଣିରେ ଅତି କମରେ ଦୁଇ ରୁ ତିନି ଥର ଧୋଇ ଦିଅନ୍ତୁ । ଏବେ ଗ୍ୟାସରେ ଏକ କଢ଼େଇ ବସାନ୍ତୁ । ଆଉ ଏଥିରେ ତେଲ ଦିଅନ୍ତୁ । ତେଲକୁ ଭଲ ଭାବେ ଗରମ ହେବା ପାଇଁ ଛାଡି ଦିଅନ୍ତୁ । ଥରେ ତେଲ ଗରମ ହୋଇଗଲେ ଗ୍ୟାସ ଆଞ୍ଚ କମ କରି ଦିଅନ୍ତୁ । ଏବେ ଏଥିରେ ଜିରା , ଗୁଜୁରାତି, ଶୁଖିଲା ଲଙ୍କା, ଡାଲଚିନି , ଲବଙ୍ଗ, ହେଙ୍ଗୁ , ଗୋଲମରିଚ ଆଦି ଦିଅନ୍ତୁ । ଟିକେ ଭାଜି ଦିଅନ୍ତୁ । ଏବେ ଏଥିରେ ମଟନ ଦିଅନ୍ତୁ । ଆଉ ଗ୍ୟାସର ଆଞ୍ଚ କମ କରି ଦିଅନ୍ତୁ । କିଛି ସମୟ ପାଇଁ ଛାଡି ଦିଅନ୍ତୁ । ୧୫
ମିନିଟ ପରେ ଅଳ୍ପ ପାଣି ଦିଅନ୍ତୁ ଓ ଘୋଡାଇ ଦିଅନ୍ତୁ ।

ମଟନ ଟିକେ ସିଝି ଆସିଲେ ଧନିଆ ପାଉଡର, ପାନମଧୁରୀ ପାଉଡର, ଲଙ୍କା ଗୁଣ୍ଡ, କେଶର ଆଦି ଦେଇ ଭଲ ଭାବେ ମିଶାନ୍ତୁ । ଫ୍ରାଏ ହେବା ପରେ ବାଦାମ ପେଷ୍ଟ ଦିଅନ୍ତୁ । ଖୁଆ ଗୁଣ୍ଡ ବି ଦିଅନ୍ତୁ । ମଟନକୁ ଗ୍ୟାସର ଲୋ ଫ୍ଲେମରେ ସେପର୍ଯ୍ୟନ୍ତ ବଶାନ୍ତୁ ସେପର୍ଯ୍ୟନ୍ତ ଭଲସେ ସିଝି ନଯାଏ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମଟନ ରୋଗନ ଜୋଶ । ଏହାକୁ ଆପଣ ନିଜ ପସନ୍ଦ ଅନୁଯାୟୀ ଭାତ, କୁଲଚା, ରୋଟି ସହ ଖାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.