Below header

କାହିଁକି ମଣିଷଙ୍କ ରକ୍ତ ପିଅନ୍ତି ମଶା ? ଜାଣନ୍ତୁ ଏହା ପଛରେ ଥିବା କାରଣ

କଣ ଆପଣଙ୍କୁ ଜଣାଅଛି କାହିଁକି ମଶା ଆପଣଙ୍କ ରକ୍ତ ପିଏ? ସେମାନଙ୍କର ଏହି ରକ୍ତ ପିଇବାର ଅଭ୍ୟାସ କେମିତି ହେଲା? ଯଦି ଆପଣଙ୍କ ମନରେ ବି ଏମିତି ପ୍ରଶ୍ନ ଆସୁଥିବ ତାହେଲେ ବୈଜ୍ଞାନିକମାନେ ଏହା ପଛରେ ଥିବା କାରଣ ଖୋଜି ବାହାର କରିଛନ୍ତି। ଆଉ ସେମାନେ ସନ୍ଧାନ କରି ଯେଉଁ ତଥ୍ୟ ପାଇଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାହିଁକିନା ଦୁନିଆ ଯେତେବେଳେ ଆରମ୍ଭ ହୋଇଥିଲା ସେତେବେଳେ ମଶାମାନେ ରକ୍ତ ପିଉନଥିଲେ। କିନ୍ତୁ ଧିରେ ଧିରେ ସେମାନଙ୍କ ସ୍ୱଭାବରେ ପରିବର୍ତ୍ତନ ଆସିଥିଲା।

mosquitosମଶାମାନେ ମଣିଷ ଏବଂ ଅନ୍ୟ ଜୀବ ଜନ୍ତୁଙ୍କ ରକ୍ତ ପିଇବା ଏଥିପାଇଁ ଆରମ୍ଭ ହେଲା କାରଣ ମଶା ଶୁଷ୍କା ସ୍ଥାନରେ ରହୁଥିଲେ। ଯେତେବେଳେ ସୁଖିଲା ପାଗ ହେଉଥିଲା ଏବଂ ମଶାଙ୍କ ନିଜ ପ୍ରଜନନ ପାଇଁ ପାଣି ମିଳିଲାନାହିଁ ସେତେବେଳେ ଜୀବଜନ୍ତୁଙ୍କ ରକ୍ତ ପିଇବା ଆରମ୍ଭ କରିଦେଲେ ମଶା। ମିଳିଥିବା ସୂଚନା ମୁତାବକ ଆଫ୍ରିକାର ଏଡିସ ଏଜିପ୍ଟ ମଶାଙ୍କୁ ନେଇ ବୈଜ୍ଞାନିକ ମାନେ ଅଧ୍ୟୟନ କରିଥିଲେ। ଏଇ ହେଉଛି ସେହି ମଶା ଯେଉଁମାନଙ୍କ କାରଣରୁ ଜିକା ଭାଇରସ୍‌ ବ୍ୟାପିଥାଏ। କେବଳ ଏତିକି ନୁହେଁ ଏହି ମଶାଙ୍କ ପ୍ରଜାତି ପାଇଁ ଡେଙ୍ଗୁ ଭଳି ମାରାତ୍ମକ ରୋଗ ମଧ୍ୟ ହୋଇଥାଏ।

ଖବର ଅନୁଯାୟୀ ଆଫ୍ରିକୀୟ ମଶାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଏଡିସ୍‌ ଏଜିପ୍ଟ ମଶା ଅଛନ୍ତି। କିନ୍ତୁ ଏହିସବୁ ପ୍ରଜାତିର ମଶାମାନେ ରକ୍ତ ପିଅନ୍ତିନାହିଁ, ସେମାନ୍ୟ ଅନ୍ୟାନ୍ୟ ଜିନିଷକୁ ଖାଇ ନିଜ ଭୋକ ମେଣ୍ଟାଇଥାନ୍ତି। ତେବେ ଏହି ଅନୁସନ୍ଧାନର ଜଣେ ରିସର୍ଚ୍ଚର କହିଛନ୍ତି ଯେ ଏପଯ୍ୟର୍ନ୍ତ ବିଭିନ୍ନ ପ୍ରଜାତିର ମଶାମାନଙ୍କର ଖାଦ୍ୟକୁ କେହି ଅଧ୍ୟୟନ କରିନାହାନ୍ତି। ତେବେ ଆଫ୍ରିକାର ୨୭ଟି ସ୍ଥାନରୁ ଏଡିସ୍‌ ଏଜିପ୍ଟ ମଶାମାନଙ୍କର ଅଣ୍ଡାକୁ ପରୀକ୍ଷଣ ପାଇଁ ନେଇଥିଲେ ବୈଜ୍ଞାନିକ।

mosquitoପ୍ରଥମେ ଏହିମ ମଶାମାନଙ୍କ ଠାରୁ ଅଣ୍ଡା ଗୁଡିକୁ ବାହାର କରିଦିଆଗଲା। ଅଣ୍ଡାରୁ ଜନ୍ମ ନେବା ପରେ ମଶା ମାନଙ୍କୁ ଏକ ବନ୍ଦ ଲ୍ୟାବ ଭିତରେ ଛାଡିଦିଆଗଲା। ଏହି ଲ୍ୟାବ ଭିତରେ ମଣିଷଙ୍କ ସମେତ କିଛି ଜୀବଙ୍କୁ ମଧ୍ୟ ରଖାଯାଇଥିଲା। ଏପରି ଏଥିପାଇଁ କରାଗଲା କାରଣ ଏହାଦ୍ୱାରା ମଶା ମାନଙ୍କର ରକ୍ତ ପିଇବାର ପ୍ୟାଟର୍ଣ୍ଣ ବିଷୟରେ ଜଣାପଡିବ। କିନ୍ତୁ ଏହି ମଶାମାନେ ନା ମଣିଷଙ୍କ ରକ୍ତ ପିଇଲେ ନା ଜୀବଜନ୍ତୁଙ୍କର। ବରଂ ଜଣାପଡିଲା ଯେ ଏମାନଙ୍କର ଖାଦ୍ୟ ପାନୀୟ ପ୍ରକ୍ରୀୟର ସମ୍ପୂର୍ଣ୍ଣ ଭିନ୍ନ ରହିଥିଲା।

ତେବେ ଏହି ଅଧ୍ୟୟନରୁ ଜଣାପଡିଲା ଯେ ମଶା ରକ୍ତ ପିଅନ୍ତି ନାହିଁ। ଯେଉଁଠାରେ ପାଣି କମ୍‌ ରହିଥାଏ ସେହି ସ୍ଥାନରେ ମଶାମାନେ ପ୍ରଜନନ ପାଇଁ ଆଦ୍ରତା ଆବଶ୍ୟକ କରନ୍ତି। ପାଣିର ଅଭାବକୁ ପୂରଣ କରିବା ପାଇଁ ମଣିଷ ଓ ଅନ୍ୟ ଜୀବ ମାନଙ୍କର ରକ୍ତ ପିଇଥାନ୍ତି ମଶା।

mashaଆପଣ ଲକ୍ଷ୍ୟ କରିଥିବେ ଯେଉଁଠି, ପାଣି ଜମା ରହିଥାଏ ସେଠାରେ ମଶା ମାନଙ୍କୁ ଅଧିକ ଦେଖିବାକୁ ମିଳେ। ମଶା ମାନଙ୍କର ଏଭଳି ପରିବର୍ତ୍ତନ ଅନେକ ହଜାର ବର୍ଷ ଭିତରେ ଆସିଛି। ଏଡିସ୍‌ ଏଜିପ୍ଟ ମଶାଙ୍କର ଖାସ୍‌ କଥା ହେଉଛି ଯେ ସହର ବଢ଼ିବ ଯୋଗୁଁ ଜଳର ଅଭାବ ହେଲା। ଏନେଇ ସେମାନେ ମଣିଷ ମାନଙ୍କର ରକ୍ତ ପିଇବା ଆରମ୍ଭ କରିଥିଲେ।

କିନ୍ତୁ ଯେଉଁଠାରେ ମଣିଷ ଜଳ ସଂରକ୍ଷଣ କରେ, ସେଠାରେ ଆନାଫେଲିସ୍‌ ମଶାଙ୍କ ପାଁ କୌଣସି ଅସୁବିଧା ନାହିଁ। ସେମାନେ କୁଲର ଏବଂ ପାଣି ଥିବା ସ୍ଥାନରେ ପ୍ରଜନନ କରନ୍ତି। କିନ୍ତୁ ଯେତେବେଳେ ପାଣିର ଅଭାବ ସେତେବେଳେ ସେମାନେ ତୁରନ୍ତ ମଣିଷ କିମ୍ବା ଅନ୍ୟ ଜୀବ ମାନଙ୍କର ରକ୍ତ ପିଇବା ପାଇଁ ଆକ୍ରମଣ କରିଦିଅନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.