ବେକରେ ଓଢଣି ଲଗାଇ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା, ପାହାଡ଼ ଉପରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

କେନ୍ଦୁଝର: ଆନନ୍ଦପୁର ଥାନା ବାଉଁଶଗଡ଼ ଗାଁରେ ପାହାଡ଼ ଉପରେ ଆତ୍ମହତ୍ୟା କରିଛନ୍ତି ଜଣେ କଲେଜ ଛାତ୍ରୀ । ବାଉଁଶଗଡ଼ ଗାଁର ଅଲିଭାଦୀପାଳି ନାୟକ ନାମକ ଏହି ଛାତ୍ରୀ ଜଣକ ଆନନ୍ଦପୁର କଲେଜରେ +୩ ଶେଷ ବର୍ଷରେ ପଢ଼ୁଥିଲେ। ଗତକାଲି ଅଲିଭା ଖାଇ ସାରିବା ପରେ ଘରୁ କୁଆଡେ ଚାଲି ଯାଇଥିଲେ ତେବେ ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ଗ୍ରାମ ନିକଟ ଏକ ପାହାଡ଼ ଉପରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ଅଲିଭାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ମୃତ ଶରୀରକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.