ଆଜିଠୁ ଖୋଲିବ କୋର୍ଟ, ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ କୋର୍ଟ କାମ

ଭୁବନେଶ୍ଵର : ଆଜିଠୁ ଖୋଲିବ କୋର୍ଟ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ କୋର୍ଟ କାମ। ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ। ଭର୍ଚୁଆଲ ମୋଡ୍‌ରେ ମାମଲାର ଫଇସଲା କରାଯିବ। ଭିଡିଓ କନଫରେନ୍‌ସିଂରେ ସକ୍ଷ୍ୟ ପ୍ରମାଣ ରେକର୍ଡିଂ, ସିଭିଲ୍‌ ମାମଲାର ଟ୍ରାଏଲ ଓ ପୁରୁଣା ମାମଲାର ଶୁମାଣି କରିବାକୁ କୁହାଯାଇଛି।

ତେବେ ଶନିବାର ଓ ରବିବାର ସପ୍ତାହନ୍ତ ସଟ୍‌ଡାଉନ୍‌ରେ କୋର୍ଟ କାମ ବନ୍ଦ ରଖାଯିବ। କେବଳ ଜରୁରୀମାମଲା ଗୁଡି ପାଇଁ କୋର୍ଟ ସକାଳ ୧୦ଟା ୩୦ରୁ ଦିନ ୧ଟା ଯାଏଁ ଖୋଲିବ। ସୋମବାରଠୁ ଶୁକ୍ରବାର ଯାଏଁ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବାର୍‌ ଆସୋସିଏସନ୍‌ର କାମ ଚାଲିବ। କୋର୍ଟ ଖୋଲିବା ନେଇ ହାଇକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି।

 

 

Leave A Reply

Your email address will not be published.