ଗଞ୍ଜାମ: ATM ଭାଙ୍ଗିଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟ କୁଲାଡ ମେନ୍ରୋଡ୍ ପେଟ୍ରୋଲ ପମ୍ପ ନିକଟରେ ଥିବା SBI ଏଟିଏମ୍ରୁ ଦୁର୍ବୃତ୍ତମାନେ ଗତକାଲି ମଧ୍ୟରାତ୍ରିରେ ଲୁଟ୍ କରିଛନ୍ତି । ମେସିନ୍ର ମନିଟରଟି ସଂପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ କେତେ ଟଙ୍କା ଲୁଟ୍ ହୋଇଛି ତାହା ଜଣାପଡିନାହିଁ । ଖବର ପାଇ କୁଲାଡ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ବ୍ୟାଙ୍କ୍ କର୍ତ୍ତୃପକ୍ଷ ଆସିଲେ କେତେ ଟଙ୍କା ଲୁଟ୍ ହୋଇଛି ତାହା ସ୍ପଷ୍ଟ ଜଣାପଡିବ ।