ଆଜି ରିୟାଙ୍କୁ ଜେରା: ସିବିଆଇର ଏମିତିସବୁ ପ୍ରଶ୍ନର ଉତ୍ତର ଦେବେ ଆଉ ଖୋଲିବ ଗୁମର

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇର ତଦନ୍ତ ଜୋରସୋରରେ ଚାଲିଛି । ଏହି କେସରେ ପୁଣି ଥରେ ସିବିଆଇ ଆଜି ରିୟା ଚକ୍ରବର୍ତ୍ତୀଙ୍କୁ ପଚରାପଚରି କରିବାକୁ ଯାଉଛି । ଏହି ମାମଲାରେ ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପଠାନୀ ସମେତ ଅଭିନେତାଙ୍କ ଷ୍ଟାଫ ରୋଷେୟା ନୀରଜ ସିଂ ଏବଂ ହେଲପର ଦୀପେଶ ସାଓ୍ଵତକୁ ମଧ୍ୟ ସିବିଆଇ ପଚରାଉଚରା କରୁଛି। ଗତକାଲି ଏମାନଙ୍କୁ ସିବିଆଇ ପଚରା ଉପରା କରୁଥିଲା।
ଖବର ମୁତାବକ, ସୁଶାନ୍ତଙ୍କ କେସରେ ରିୟା ଚକ୍ରବର୍ତ୍ତୀ ଉପରେ ଅନେକ ପ୍ରକାରର ଅଭିଯୋଗ ଆସିଛି । ସୁଶାନ୍ତଙ୍କ ପିତା କେ କେ ସିଂହଙ୍କର ଏଫ୍ଆଇଆର୍ ରେ ରିୟାଙ୍କ ଉପରେ ଗୁରୁତର ଅଭିଯୋଗ କରାଯାଇଛି । ତାଙ୍କ ଉପରେ ବ୍ଲାକ୍ ମେଲିଂ ଠାରୁ ନେଇ ସୁଶାନ୍ତଙ୍କୁ ଧୋକା ଦେବାର କଥା ମଧ୍ୟ କୁହାଯାଇଛି ।

ଏହା ମଧ୍ୟ ଦାବି କରାଯାଉଛି କି , ରିୟା ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ବାହାର କରିଥିଲେ । ଏହା ବ୍ୟତୀତ ସୁଶାନ୍ତଙ୍କର ପିତା ଏହା ମଧ୍ୟ କହିଥିଲେ କି ରିୟା ସୁଶାନ୍ତଙ୍କୁ ପରିବାର ଠାରୁ ଅଲଗା କରିବାକୁ ଚେଷ୍ଟା କରିଥିଲେ । ରିୟା , ସୁଶାନ୍ତଙ୍କୁ କାହା ସହ ଭେଟିବାକୁ ଦେଉନଥିଲେ । ସୁଶାନ୍ତ କାହିଁକି ଡିପ୍ରେସନରେ ଥିଲେ। ସୁଶାନ୍ତଙ୍କ ସହିତ ତାଙ୍କର ସଂପର୍କ କ’ଣ ଥିଲା। କ’ଣ ସତରେ ଦୁହେଁ ବିବାହ କରିଥାନ୍ତେ। ୟୁରୋପ ଟ୍ରିପରେ କ’ଣ ହୋଇଥିଲା ? ଏମିତି ଅନେକ ପ୍ରଶ୍ନ, ରହସ୍ୟ ଉପରେ ସିବିଆଇ ରିୟାଙ୍କୁ ପଚାରି ପାରେ । କେସରେ ଦିନକୁ ଦିନ ନୂଆ ନୂଆ ଖୁଲାସାରେ ରିୟାଙ୍କର ସମସ୍ୟା ବଢ଼ିଯାଇଛି ।

susnt

ସେପଟେ ସୋସିଆଲ ମିଡ଼ିଆରେ ରିୟାଙ୍କର ମହେଶ ଭଟ୍ଟଙ୍କ ସହ ଏକ ଚାଟ୍ ମଧ୍ୟ ଭାଇରାଲ ହେଉଛି । ଭାଇରାଲ୍ ଚାଟ୍କୁ ଦେଖି ଏହି ଖୁଲାସା ହୋଇଛି କି ରିୟା ନିଜେ ସୁଶାନ୍ତଙ୍କୁ ଛାଡ଼ିଥିଲେ । ୮ଜୁନ୍କୁ ସେ ନିଜେ ହିଁ ସୁଶାନ୍ତଙ୍କ ଘର ଛାଡ଼ି ଚାଲିଯାଇଥିଲେ । ସେଦିନ ସେ ବହୁ ରାଗରେ ଥିଲେ ବୋଲି ସୁଶାନ୍ତଙ୍କ ରୋଷେୟା ନୀରଜ କହିଛନ୍ତି। ଏହାଛଡା ଘର ଛାଡିବା ଦିନ ରିୟା ଏବଂ ତାଙ୍କ ଭାଇ ସୌଭିକ ଡିନର ମଧ୍ୟ କରିନଥିଲେ ବୋଲି ନୀରଜ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.