ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି, ଯାହାଙ୍କ ସମ୍ପତ୍ତି ବିଷୟରେ ଆଜିପର୍ଯ୍ୟନ୍ତ ମଧ୍ୟ କେହି ଅନୁମାନ ଲଗାଇପାରିନାହାନ୍ତି

ଟିମ୍ବକଟୁର ରାଜା ମନସା ମୁସା ଇତିହାସର ସବୁଠାରୁ ଧନୀ ବ୍ୟକ୍ତି। କୁହାଯାଏ, ଏହି ବ୍ୟକ୍ତିଙ୍କ ପାଖରେ ଏତେ ସମ୍ପତ୍ତି ରହିଛି ଯେ, ଯାହା ବିଷୟରେ ଆଜିପର୍ଯ୍ୟନ୍ତ କେହି ବି ଅନୁମାନ କରିପାରିନାହାନ୍ତି। ଆଜିକାଲିକା ସମୟରେ ଟିମ୍ବକଟୁ ଆଫ୍ରିକା ଦେଶର ମାଲୀର ଏକ ସହର ଅଟେ। ମୁସା ମାଲୀରେ ସେତେବେଳେ ଶାସନ କରୁଥିଲେ, ଯେତେବେଳେ ସେଠାରେ ସୁନାର ଭଣ୍ଡାର ଥିଲା। କୁହାଯାଏ କି, ଏଠାରେ ବର୍ଷକୁ ପାଖାପାଖି ହଜାରେ କିଲୋ ସୁନା ଉତ୍ପାଦନ ହୋଇଥାଏ।

ମନସା ମୁସାଙ୍କ ପ୍ରକୃତ ନାମ ମୁସା କୀଟା ରହିଥିଲା, କିନ୍ତୁ ରାଜା ହେବା ପରେ ସେ ନିଜ ନାମକୁ ପରିବର୍ତ୍ତନ କରି ମନସା କରିଦେଲେ। ମାନସା ର ଅର୍ଥ ବାଦଶାହ। ବିବିସି ମୁତାବକ, ମୁସାଙ୍କ ସାମ୍ରାଜ୍ୟ ଏତେ ବଡ ଥିଲା ଯେ, ଯାହାର ସୀମାର ଶେଷ ବିଷୟରେ ଅନ୍ଦାଜ ଲଗାଇବା କଷ୍ଟକର ହୋଇପଡିଥିଲା। ଏବେର ମୋରୀଟାନିୟା, ସେନେଗଲ, ଗାମ୍ବିୟା, ଗିନିଆ, ବୁର୍କିନା, ଫାସୋ, ମାଲୀ, ନାଇଜର, ଚାଡ ଏବଂ ନାଇଜିରିୟା ଇତ୍ୟାଦି ମୁସାଙ୍କ ସାମ୍ରାଜ୍ୟ ଅଧିନରେ ରହିଥିଲା।

musa

୧୩୧୨ ମସିହାରେ ମନସା ମୁସା ମାଲୀ ସାମ୍ରାଜ୍ୟର ଶାସକ ବନିଥିଲେ। ପାଖାପାଖି ୨୫ ବର୍ଷ ଶାସନ କାଳ ମଧ୍ୟରେ ସେ ଅନେକ ମସଜିଦ ନିର୍ମାଣ କରିଥଲେ, ସେଗୁଡିକ ମଧ୍ୟରୁ ଆଜି କେତେକ ମଧ୍ୟ ରହିଛି। ଟିମ୍ବକଟୁର ଜିଙ୍ଗାରେବେର ମସଜିଦ ମନସା ମୁସାଙ୍କ ସମୟରେ ନିର୍ମିତ ହୋଇଥିଲା।

raj

ମନସା ମୁସାଙ୍କ ସହିତ ଜଡିତ କାହାଣୀ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। କୁହାଯାଏ ୧୩୨୪ରେ ମନସା ମୁସା ମକ୍କା ଯାତ୍ରାରେ ବାହାରଥିଲେ। ଏହି ସମୟରେ ପ୍ରାୟ ୬୦ ହଜାର ଲୋକ ଯାତ୍ରାରେ ସାମିଲ ଥିଲେ। ଯେଉଁମାନଙ୍କ ମଧ୍ୟରେ ୧୨ ହଜାର କେବଳ ମୁସାଙ୍କ ଅନୁଗାମୀ ରହିଥିଲେ। ଏହାଛଡା ମନସା ମୁସା ଯେଉଁ ଘୋଡାରେ ଯାଉଥିଲେ, ତା’ ଆଗରେ ୫୦୦ ଲୋକଙ୍କ ଯାଉଥିଲେ ଏବଂ ସେମାନଙ୍କ ହାତରେ ଗୋଟେ ଗୋଟେ ସୁନାର ବାଡି ମଧ୍ୟ ରହୁଥିଲା।

raja

କୁହାଯାଏ, ମୁସାଙ୍କ ସୈନ୍ୟବାହିନୀରେ ୮୦ଟି ଓଟ ଥିଲେ ଏବଂ ପ୍ରତ୍ୟେକ ଓଟ ପିଠିରେ ୧୩୬ କିଲୋ ସୁନା ଲଦାଯାଇଥିଲା। ମୁସା ଏତେ ଉଦାର ଏବଂ ଦାନୀ ଥିଲେ ଯେ ଯେଉଁବାଟରେ ସେ ଯାଉଥିଲେ ଗରିବ ଲୋକଙ୍କ ଦାନ କରିଦେଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.