ରାଉରକେଲା: ୧୨୨ କୋଟି GST ଠକେଇ ଘଟଣା । ଅଭିଯୁକ୍ତ ଅମିତ ବେରିଓ୍ଵାଲଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ । SLP ଦାଖଲ କରିଥିଲେ ଅମିତ ବେରିଓ୍ଵାଲ ।
ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ଅମିତ । ଗତ ଜୁଲାଇ ୨୭ରେ ଆବେଦନ ଖାରଜ କରିଥିଲେ ହାଇକୋର୍ଟ । ଜାଲ୍ ପ୍ରମାଣପତ୍ର କରି ୧୨୨ କୋଟିର GST ଠକେଇ କରିଥିଲେ ଅମିତ । ଜାନୁଆରୀ ୨୨ରେ ରାଉରକେଲାରୁ ତାଙ୍କୁ ଗିରଫ କରାଯାଇଥିଲା ।