ଭୁବନେଶ୍ବର(କେନ୍ୟୁଜ୍): ପୁରୁଣା ଭୁବନେଶ୍ବର ସ୍ଥିତ ବକ୍ରେଶ୍ବର ମନ୍ଦିର ଭିତରେ କୁକୁରକୁ ମଳତ୍ୟାଗ କରାଇବା ଘଟଣା, କାର୍ଯ୍ୟାନୁଷ୍ଠାନ ନେବ କମିଶନରେଟ ପୋଲିସ। ଆଜି ସକାଳୁ ଜଣେ ବ୍ୟକ୍ତି ନିଜ ପାଳିତ କୁକୁରକୁ ଭୁବନେଶ୍ବରର ବକ୍ରେଶ୍ବର ମନ୍ଦିର ପ୍ରାଙ୍ଗଣରେ ମଳତ୍ୟାଗ କରାଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହକୁ ଅନେକ ଲୋକେ ସେୟାର ଓ କମେଣ୍ଟ କରିଥିଲେ। ଏହି ପୋଷ୍ଟଟି କମିଶନରରେଟ ପୋଲିସ ନଜରକୁ ଆସିବା ପରେ ଏଭଳି ଆଚରଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ବିଟ୍ ଯୋଗେ କୁହାଯାଇଛି।
As per direction of CP @SarangiSudhansu the person was identified. His name is Tofan Samantray. He is being prosecuted under the OUP Act. We advise citizens to be responsible in handing pets.
— COMMISSIONERATE POLICE (@cpbbsrctc) October 9, 2020
ସୂଚନା ଯୋଗ୍ୟ ଯେ ଆଜି ସକାଳୁ ଫେସବୁକରେ ଏକ ଫଟୋ ଖୁବ୍ ଜୋରରେ ଭାଇରଲ ହେଉଥିଲା। ଯେଉଁ ଫଟୋରେ ଜଣେ ବ୍ୟକ୍ତି ନିଜ ପାଳିତ କୁକୁରକୁ ପୁରୁଣା ଭୁବନେଶ୍ବରର ବକ୍ରେଶ୍ବରର ମନ୍ଦିର ପ୍ରାଙ୍ଗଣରେ ମଳତ୍ୟାଗ କରାଉଥିବାର ଦେଖିବାକୁ ମିଳିଥିଲା । ଏହି ଫଟୋ ପୋଷ୍ଟଟି ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହୋଇଥିଲା। ଏହି ଘଟଣା ସମ୍ପର୍କରେ କମିଶନରେଟ ପୋଲିସ ଜାଣିବାପରେ ସେହି ଭଦ୍ର ବ୍ୟକ୍ତିଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ବିଟ ଯୋଗେ ସୂଚନା ଦେଇଛି। ଏହି ପୋଷ୍ଟ ପରେ ଅନେକ ସଂସ୍କୃତି ପ୍ରେମୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।