Below header

ପିଜି ଏଣ୍ଟ୍ରୋନ୍ସ ପରୀକ୍ଷା ଦେବାକୁ ଯାଉଥିବା ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କଲା ଅଟୋଚାଳକ, ଅଭିଯୁକ୍ତ ଚାଳକ ବାରଙ୍ଗ ଥାନାରେ ଅଟକ

କେନ୍ୟୁଜ୍(ବ୍ୟୁରୋ):  ପିଜି ପାଇଁ ଏଣ୍ଟ୍ରୋନ୍ସ ପରୀକ୍ଷା ଦେବାକୁ  ଯାଉଥିବା ଯୁବତୀଙ୍କୁ  ଅଟୋଚାଳକ କଲା ଦୁଷ୍କର୍ମ ଉଦ୍ୟମ। ଜଙ୍ଗଲିଆ ରାସ୍ତାର ସୁଯୋଗ ନେଇ ଅଟୋ ଡାଇଭର ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିଲା  କିନ୍ତୁ ଘଟଣା ସ୍ଥଳରେ କିଛି ଲୋକ ପହଞ୍ଚିଯିବାରୁ ଅଟୋ ଚାଳକର ଉଦ୍ୟମ ପଣ୍ଡ ହୋଇଗଲା ଏଭଳି ଘଟଣା ଘଟିଛି ଭୁବନେଶ୍ବର ଉପକଣ୍ଠ ବାରଙ୍ଗ ଅଞ୍ଚଳରେ ।

ମିଳିଥିବା ସୂଚନା ମୁତାବକ କେନ୍ଦ୍ରାପଡା ଜିଲ୍ଲାର ଜଣେ ଯୁବତୀ ପିଜି ଏଣ୍ଟ୍ରୋନ୍ସ ପାଇଁ କଟକ ଲିଙ୍କରୋଡରେ ବସ୍‌ରୁ ଓହ୍ଲାଇ ଅଟୋରେ ଭୁବନେଶ୍ୱର ଯାଉଥିଲେ। ଅଟୋରୁ ଅନ୍ୟ ୨ ମହିଳା ଯାତ୍ରୀ ଓହ୍ଲାଇଯିବା ପରେ ଯୁବତୀ ଜଣକ ଏକୁଟିଆ ଥିଲେ। ଅଟୋରେ ପିଜି ଛାତ୍ରୀ ଜଣକ ଏକାକୀ ବସିଥିବାର ସୁଯୋଗ ନେଇ ଅଟୋ ଚାଳକ ଦିଲ୍ଲୀପ ଦୁଷ୍କର୍ମ ପାଇଁ ଚିନ୍ତା କରିଥିଲା। ସେଥିପାଇଁ ସେ କଟକରୁ ଅଟୋକୁ ବାରଙ୍ଗ ଦେଇ ଭୁବନେଶ୍ୱର ନ ନେଇ ମୁଣ୍ଡଳି ଆଡ଼କୁ ଅଗ୍ରସର ହୋଇଥିଲା। ଅନ୍ୟପଟରେ ଅଭିଯୁକ୍ତ ଅଟୋ ଚାଳକ ନିଜ ସଫେଇରେ  ପୋଲିସକୁ  କହିଛି, ଛାତ୍ର୍ରୀ ଜଣକ ପ୍ରଥମେ ବାଙ୍କୀ ଯିବାକୁ କହିଥିଲେ। ପରେ ପୁଣି ଭୁବନେଶ୍ୱରରେ ଛାଡ଼ିବାକୁ କହିଥିଲେ। କିନ୍ତୁ ସେଭଳି କିଛି କାମ କରିନାହିଁ ବୋଲି କହିଛି। ଅନ୍ୟପଟେ ଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ଥିବାରୁ ପୋଲିସ ତାଙ୍କୁ ନେଇ ଭୁବନେଶ୍ୱରରେ ଛାଡ଼ିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.