ଜନ୍ମଦିନ ପାର୍ଟିରେ କୋଭିଡ ନିୟମ ଉଲଂଘନ ଘଟଣା, ଏଭଳି ପ୍ରତିକ୍ରିୟା ରଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

କେନ୍ୟୁଜ୍(ବ୍ୟୁରୋ):  କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ କୋଭିଡ ଉଲ୍ଲଂଘନ କଥା ଉଠାଇ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି । ଅପରାଜିତା କହିଛନ୍ତି, ପଜିଟିଭ୍‌ ଥାଇ ମହାରଥୀଙ୍କ ଶେଷକୃତ୍ୟରେ ସାମିଲ ହୋଇଥିବା ମନ୍ତ୍ରୀ ଓ ବିଧାୟକଙ୍କ ବିରୋଧରେ ଦିବ୍ୟଶଙ୍କର ମିଶ୍ର ରାଜ୍ୟ ସରକାରଙ୍କୁ ଫେରାଦ ହେବେ କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ।

ସୂଚନା ଯୋଗ୍ୟ  ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଜନ୍ମଦିନ ପାର୍ଟିରେ କୋଭିଡ୍‌ ନିୟମର ଉଲ୍ଲଂଘନ କରିଥିବା ନେଇ ଫେରାଦ ହୋଇଛି ରାଜ୍ୟ । ଏନେଇ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ଦାୟିତ୍ୱହୀନ କାମ ଯୋଗୁ ସେ ଓ ଜନ୍ମଦିନ ପାର୍ଟିରେ ସାମିଲ ଲୋକ ଓ ଜନସାଧାରଣଙ୍କ ପ୍ରତି ବିପଦ ଆଣିବ ।

ଦିବ୍ୟଶଙ୍କର କହିଛନ୍ତି, କୋଭିଡ୍‌ ବିରୋଧରେ ଏବେ ଲଢୁଛି ଭୁବନେଶ୍ୱର । ୧୦୯ ଜଣଙ୍କର ସହ ୫ ଜଣ କୋଭିଡ୍‌ ଯୋଦ୍ଧା କରୋନାରେ ମୃତ୍ୟୁବରଣ କରିଛନ୍ତି । ଏଭଳି ସମୟରେ ସାଂସଦଙ୍କ ଜନ୍ମଦିନ ପାର୍ଟିର ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ଶହ ଶହ ମହିଳା ତାଙ୍କୁ ଘେରି ରହିଛନ୍ତି । ଜଣେ ହେଲେ ବି ମାସ୍କ ପିନ୍ଧି ନାହାନ୍ତି । ସାମାଜିକ ଦୂରତା ନରଖି ନାଚଗୀତ କରୁଛନ୍ତି । ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବାକୁ ବାରମ୍ବାର ପ୍ରଧାନମନ୍ତ୍ରୀ ଲୋକଙ୍କୁ ଅପିଲ କରୁଛନ୍ତି । ସାଂସଦଙ୍କ କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ପ୍ରଥମ ଘଟଣା ନୁହେଁ । ବାରମ୍ବାର ଏଭଳି କରୁଛନ୍ତି । ଏଥିପାଇଁ ପ୍ରସଙ୍ଗକୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ଦିବ୍ୟଶଙ୍କର ମିଶ୍ର । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଏଭଳି କାର୍ଯ୍ୟ କୋଭିଡ୍‌ ନେଇ ଥିବା ନିୟମ ପ୍ରତି ଥଟ୍ଟାମଜା ଭଳି ହୋଇଛି । ଏପ୍ରସଙ୍ଗ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ଦିବ୍ୟଶଙ୍କର ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.