ମଟନ ଖାଉଥିବା ଲୋକଙ୍କୁ ଏହି ଡିସ୍ ବହୁତ ପସନ୍ଦ ଆସିବ। କାହିଁକିନା ଆଜି ଆମେ ଆପଣଙ୍କ ପାଇଁ ଏକ ଭିନ୍ନ ସ୍ୱାଦର ରେସିପି ନେଇ ଆସିଛୁ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ‘ମଟନ ଜୁସ୍ କରୀ’। ଏହାକୁ ଆପଣ ସାଧରଣତଃ ହୋଟେଲରେ ଖାଇଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଘରେ ପ୍ରସ୍ତୁତି କରିବା ଉପାୟ ଜଣାଇବୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
- ଅଧା କିଲୋ ମଟନ (କଟା ହୋଇଥିବା)
- ୩/୪ କପ୍ ଘିଅ ବା ତେଲ
- ଗୋଲମରୀଚ
- ୨ ଡାଳଚିନି ଖଣ୍ଡ
- ୨ ତେଜପତ୍ର
- ୬ଟି ବଡ ଅଳେଇଚ
- ୬ଟି ଲବଙ୍ଗ
- ଲୁଣ ସ୍ୱାଦାନୁସାରେ
ପ୍ରସ୍ତୁତି ପ୍ରଣାଳୀ
କଡାରେ ୧ ଟେବୁଲ ଚାମଚ ତେଲ ଗରମ କରନ୍ତୁ। ଏହାପରେ ଡାଲଚିନି, ଲବଙ୍ଗ, ଗୋଲମରୀଚ, ଅଳେଇଚ ଏବଂ ତେଜପତ୍ର ପକାଇ ୧ ମିନିଟ ପଯ୍ୟର୍ନ୍ତ ଭାଜନ୍ତୁ ଏବଂ ଆଞ୍ଚରୁ ଓହ୍ଲାଇ ରଖନ୍ତୁ। କଡାରେ ତେଲ ଗରମ କରନ୍ତୁ। ମଟନ ପକାଇ ୧୦-୧୨ ମିନିଟ ପଯ୍ୟର୍ନ୍ତ ଫ୍ରାଏ କରନ୍ତୁ। ଲୁଣ ଏବଂ ଆବଶ୍ୟକଅନୁସାରେ ପାଣି ମିଶାଇ ମଟନକୁ ନରମ ହେବା ପଯ୍ୟର୍ନ୍ତ ଫ୍ରାଏ କରନ୍ତୁ। ପ୍ରସ୍ତୁତ କରି ରଖିଥିବା ସମସ୍ତ ମସଲା ସାମଗ୍ରୀକୁ ପକାଇ ଗ୍ରେଭୀଙ୍କୁ ଗାଢ଼ା ହେବା ପଯ୍ୟର୍ନ୍ତ ରଖି ଗ୍ୟାସରୁ ତଳକୁ ଓହ୍ଲାଇ ଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଗରମା ଗରମ ମଟନ ଜୁସ୍ କରୀ।