ଆସନ୍ତାକାଲି ଅନୁଷ୍ଠିତ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ

କେନ୍ୟୁଜ (ବ୍ୟୁରୋ): ଆସନ୍ତାକାଲି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଅନୁଷ୍ଠିତ ହେବ । ଏଥର ପରୀକ୍ଷା ଜେଇଇ ଢାଞ୍ଚାରେ ହେବ । ଦିନକୁ ତିନିଟି ସିଫ୍ଟରେ ପରୀକ୍ଷା କରାଯିବ । ରାଜ୍ୟର ୨୧ଟି ସହରରେ ୫୪ଟି ସେଣ୍ଟରରେ ପରୀକ୍ଷା ହେବ । ଏହା ସହିତ ରାଜ୍ୟ ବାହାରେ ମଧ୍ୟ କୋଲକାତା, ରାଞ୍ଚି ଓ ପାଟନାରେ ୫ଟି ସେଣ୍ଟର କରାଯାଇଛି । ଚଳିତବର୍ଷ ରେକର୍ଡ ସଂଖ୍ୟକ ୮୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।

କୋଭିଡ କଟକଣା ଭିତରେ ପରୀକ୍ଷା ହେଉଥିବାରୁ ଏହି ପରୀକ୍ଷା ପାଇଁ ଓଜେଇଇ ପକ୍ଷରୁ ଏସଓପି ମଧ୍ୟ ଜାରି କରାଯାଇଛି । ପ୍ରତି ସିଟିଂ ଆଗରୁ ସେଣ୍ଟରକୁ ସାନିଟାଇଜ କରାଯିବ । ପ୍ରତି ରୁମରେ କ୍ଷମତାର ୫୦ ପ୍ରତିଶତ ସିଟ୍‌ରେ ଛାତ୍ରଛାତ୍ରୀ ବସି ପରୀକ୍ଷା ଦେବେ । ସକାଳ ୯ଟାରୁ ୧୧ଟା ପ୍ରଥମ ସିଟିଂ, ମଧ୍ୟାହ୍ନ ୧୨ ଟା ୩୦ ରୁ ୨ ଟା ୩୦ ଦ୍ୱିତୀୟ ସିଟିଂ ଓ ଅପରାହ୍ନ ୪ ଟା ରୁ ୬ ଟାରେ ତୃତୀୟ ସିଟିଂ ହେବ । ଚଳିତବର୍ଷ ରେକର୍ଡ ସଂଖ୍ୟକ ୮୦ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପରୀକ୍ଷା ଆସନ୍ତା ୧୯ ତାରିଖରେ ସରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.