Google ର ନୂଆ ପ୍ଲାନ୍‌, ଏବେ ୟୁଟ୍ୟୁବ୍‌ରେ ବି କରିପାରିବେ ସପିଂ

YouTube ରେ ଏମିତି ଅନେକ ଚ୍ୟାନେଲ ରହିଛି ଯେଉଁଥିରେ ୟୁଟ୍ୟୁବର୍ସ ନୂଆ ନୂଆ ପ୍ରଡକ୍ଟ ଦେଖାଇ ଏହାକୁ କିଣିବାକୁ ତଳେ ଥିବା ଲିଙ୍କ୍‌ ଉପରେ କ୍ଲିକ୍‌ କରିବାକୁ କହିଥାନ୍ତି। ଏସବୁ ଭିଡିଓ ଦେଖି ଏବେ ଗୁଗଲ ୟୁଟ୍ୟୁବ୍‌ରେ ସପିଂ ସହ ଜଡ଼ିତ ଏକ ନୂଆ ଫିଚରର ଟେଷ୍ଟିଂ ଆରମ୍ଭ କରିଛି। କୁହାଯାଉଛି ୟୁବ୍ୟୁବ୍‌କୁ ଓ୍ଵାନ୍‌ ଷ୍ଟେପ୍‌ ସପିଂ ଡେଷ୍ଟିନେସନ୍‌ରେ ପରିବର୍ତ୍ତିତ କରାଯିବ। ଏଠାରୁ ଆପଣ ପ୍ରଡକ୍ଟସ୍‌କୁ ଭିଡିଓରେ ଦେଖିବା ସହ କିଣାକିଣି ବି କରିପାରିବେ।

ରିପୋର୍ଟ ମୁତାବକ ୟୁଟ୍ୟୁବ୍‌ ନିଜର କେତେକ କ୍ରିଏଟର୍ସଙ୍କୁ କହିଛନ୍ତି ଯେଉଁ ପ୍ରଡକ୍ଟକୁ ସେମାନେ ଭିଡିଓରେ ଦେଖାଉଛନ୍ତି ତାହାର ଟ୍ୟାଗ୍‌ ୟୁଜ୍‌ କରନ୍ତୁ। ବର୍ତ୍ତମାନ କମ୍ପାନୀ ଏକ ଇ-କମର୍ସ ପ୍ଲାଟଫର୍ମ Shopify ସହ ଏକୀକରଣର ପରୀକ୍ଷଣ କରୁଛି।

Shopping

YouTube ର ଜଣେ ପ୍ରବକ୍ତା ସ୍ପଷ୍ଟୀକରଣ ଦେଇ କହିଛନ୍ତି ୱେବ୍‌ସାଇଟ୍‌ କେତେକ ଇ-କମର୍ସ ଫିଚର୍ସର ଟେଷ୍ଟିଂ ଆରମ୍ଭ କରିଛି। ଏ ଅବସରରେ କ୍ରିଏଟରଙ୍କୁ କଣ୍ଟ୍ରୋଲ ଦିଆଯିବ। ଏହା ସାହାଯ୍ୟରେ ସେମାନେ ନିଜ ଚ୍ୟାନେଲରେ କେଉଁ କେଉଁ ପ୍ରଡକ୍ଟ ଦେଖାଇବାକୁ ଚାହୁଁଛନ୍ତି ତାହାର ନିଷ୍ପତ୍ତି ନେବେ। କିନ୍ତୁ ସେମାନେ ପ୍ରଡକ୍ଟର ସମ୍ପୂର୍ଣ୍ଣ ତଥ୍ୟ ସେୟାର କରିବେ ନାହିଁ।

ସୂଚନାଯୋଗ୍ୟ ଯେ ଯଦି ୟୁଟ୍ୟୁବ୍‌ ନିଜ ଇ-କମର୍ସ ପ୍ଲାଟଫର୍ମକୁ ପ୍ରସ୍ତୁତ କରି ନିଜ ସହ ଯୋଡ଼େ ତେବେ ଯେଉଁ ରିଭ୍ୟୁ ଭିଡିଓ ଆପଣ ଦେଖିବେ ତା’ ମାଧ୍ୟମରେ କମ୍ପାନୀ ବହୁତ ରୋଜଗାର କରିବାକୁ ଯୋଜନା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.