କେନ୍ୟୁଜ୍(ବ୍ୟୁରୋ): ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପାର୍ଥୀ ନାମ ଘୋଷଣା କଲା କଂଗ୍ରେସ। ବାଲେଶ୍ବର ସଦର ପାଇଁ ମମତା କୁଣ୍ଡୁଙ୍କୁ ଟିକେଟ ଦିଆଯାଇଥିବାବେଳେ ତିର୍ତ୍ତୋଲ ପାଇଁ ହିମାଂଶୁ ଭୂଷଣ ମଲ୍ଲିକଙ୍କ ନାଁ ଘୋଷଣା କରାଯାଇଛି ।
ସେହିଭଳି ଗତକାଲି ବିଜେପି ନିଜର ପାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଆଜି ବିଜେଡ଼ି ପକ୍ଷରୁ ମଧ୍ୟ ଏହି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ବାଲେଶ୍ବର ସଦର ପାଇଁ ସ୍ବରୂପ ନାୟକ ଓ ତିର୍ତ୍ତୋଲ ପାଇଁ ବିଜୟ ଶଙ୍କର ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି।