କରୋନା ସମୟରେ ଜାଣନ୍ତୁ ପିଲାଙ୍କ ଡାଏଟ୍‌ ପ୍ଲାନ୍‌, ଯାହା ଦେବ ଆପଣଙ୍କ ପିଲାଙ୍କୁ କରୋନା ସହ ଲଢ଼ିବାର ଶକ୍ତି

ବିଶ୍ୱରେ ଏବେ କରୋନା ଭୟ ସମସ୍ତଙ୍କୁ ଘାରିଛି । କରୋନାରୁ ମୁକ୍ତି ପାଇବା ପାଇଁ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଗବେଷକମାନେ ନିର୍ଦ୍ଦେଶ ଦେଉଛନ୍ତି । ଏଥିପାଇଁ ଖାଦ୍ୟ ପାନୀୟ ଉପରେ ବିଶେଷ ଦୃଷ୍ଟି ଦେବାକୁ କୁହାଯାଇଛି । କରୋନା ସମୟରେ ବିଶେଷକରି ପିଲାମାନଙ୍କ ଖାଦ୍ୟ ପ୍ରତି ବିଶେଷ ଦୃଷ୍ଟି ଦେବାକୁ କୁହାଯାଇଛି । ଆସନ୍ତୁ ଜାଣିବା କରୋନା ସମୟରେ ପିଲାଙ୍କ ଡାଏଟ୍‌ ପ୍ଲାନ୍‌ ।

ଭିଟାମିନ୍‌ ଓ ମିନେରାଲ୍‌ରେ ଭରପୁର ଖାଦ୍ୟ : ପିଲାଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ ଦୈନିକ ୨ ଗ୍ଲାସ୍‌ କ୍ଷୀର ପିଇବା ଜରୁରୀ । ଯଦି ପିଲା କ୍ଷୀର ପିଇବାକୁ ମଙ୍ଗୁନି, ତେବେ ତାକୁ ଦହି ଓ ଅଣ୍ଡା ଦିଅନ୍ତୁ । ଏହାଦ୍ୱାରା ଶରୀରରେ ପ୍ରତିରୋଧକ କ୍ଷମତା ବଢ଼ିବା ସହ ଶରୀରର ବିକାଶ ମଧ୍ୟ ହୋଇଥାଏ ।

child-1

ଆଇରନ୍‌, କ୍ୟାଲ୍‌ସିୟମ ମଧ୍ୟ ଜରୁରୀ : ଚିକିତ୍ସକଙ୍କ କହିବା ଅନୁଯାୟୀ ପିଲାଙ୍କୁ ଫାଇବରଯୁକ୍ତ ଖାଦ୍ୟ ଦେବା ଜରୁରୀ । ଯଦି ଆପଣଙ୍କ ପିଲା କୋଲ୍ଡ ଡ୍ରିଙ୍କ୍ସ ପିଇବାକୁ ଜିଦ୍‌ କରୁଛି । ତେବେ ତାକୁ କୋଲ୍ଡ ଡ୍ରିଙ୍କ୍ସ ବଦଳରେ ଫ୍ରେସ୍‌ ଜୁସ୍‌ ଦିଅନ୍ତୁ । ସନ୍ଧ୍ୟା ସମୟରେ ବର୍ଗର ଓ ପିଜା ଜାଗାରେ ରୋଷ୍ଟଡ୍‌ ନଟ୍ସ, ପନିର ଓ ତାଜା ପରିବାରେ ତିଆରି ସାଣ୍ଡଓ୍ଵିଚ୍‌ ଦିଅନ୍ତୁ । ଜୁସ୍‌ ବଦଳରେ ଅଧିକ ଫଳ ଖାଇବାକୁ ଦଅନ୍ତୁ ।

child-2

ଭଲ ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ ଫାଷ୍ଟ ଫୁଡ୍‌ : ଏକ ଗବେଷଣା ଅନୁଯାୟୀ ପିଲାମାନେ ସପ୍ତାହରେ ୩ ଥର ଫାଷ୍ଟ ଫୁଡ୍‌ ଖାଇଥାନ୍ତି । ବ୍ରିଟେନରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଫାଷ୍ଟ ଫୁଡ୍‌ ଖାଦ୍ୟ ନଳୀରେ ଥିବା ଭଲ ବ୍ୟାକ୍ଟେରିଆକୁ ମାରି ଦେଇଥାଏ । ଯାହାଫଳରେ ପାଚନ କ୍ରିୟାରେ ଅସୁବିଧା ଦେଖା ଦେଇଥାଏ ।

child-3

ସବୁଠୁ ଭଲ ଷ୍ଟିମ୍‌ ଫୁଡ୍‌ : ପିଲାଙ୍କ ଶାରୀରିକ ବିକାଶ ପାଇଁ ଷ୍ଟିମ୍‌ ଫୁଡ୍‌ ଯଥା ଇଡ୍‌ଲି ଓ ଦୋଷା ବହୁତ ଉପକାରୀ ହୋଇଥାଏ । ଯଦି ନନ୍‌ ଭେଜ ତେବେ ପାସ୍ତାରେ ଚିକେନ୍‌ ଟୁକୁଡା ମିଶାଇ ପିଲାଙ୍କୁ ଦିଅନ୍ତୁ ।

ଦିନରେ ୫-୬ ଥର ଖାଆନ୍ତୁ : ଗୋଟିଏ ଥର ପେଟ ପୁରା ଖାଦ୍ୟ ନଖାଇ ଦିନରେ ୫-୬ ଥର ଅଳ୍ପ ଅଳ୍ପ ଖାଆନ୍ତୁ । ବ୍ରେକ୍‌ଫାଷ୍ଟ ଓ ଲଞ୍ଚ ମଝିରେ ତାଜା ଫଳ ଓ ଗଜା ଖାଦ୍ୟ ଦିଅନ୍ତୁ । ରାତି ଖାଇବା ପରେ କିଛି ସମୟ ଚାଲିବାକୁ କୁହନ୍ତୁ । ଶୋଇବା ପୂର୍ବରୁ ହଳଦୀ କ୍ଷୀର ପିଇବାକୁ ଦିଅନ୍ତୁ । ସକାଳେ ଖୋଲା ପବନରେ ବୁଲିବାକୁ ଦିଅନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.