Below header

ଭଦ୍ରକ: ଆଖଣ୍ଡଳମଣିଙ୍କ ଗର୍ଭଗୃହକୁ ଯାଞ୍ଚ କଲେ ଦେବୋତ୍ତର ବିଭାଗର କମିଶନର , ଡେପୁଡି କମିଶନର , ଅତିରିକ୍ତ ସହକାରୀ କମିଶନର

ଚାନ୍ଦାବଲି(କେନ୍ୟୁଜ୍): ଭଦ୍ରକର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣି ପୀଠ ଗସ୍ତ କଲେ ଦେବୋତ୍ତର ବିଭାଗର କମିଶନର , ଡେପୁଡି କମିଶନର, ଅତିରିକ୍ତ ସହକାରୀ କମିଶନର । ଶୈବପୀଠ ଗସ୍ତ କରି ମନ୍ଦିର ଭିତରେ ଲାଗିରହିଥିବା ବିଭିନ୍ନ ସମସ୍ୟାର ଯାଂଚ କରିଛନ୍ତି । ଆଜି ଦେବୋତ୍ତର ବିଭାଗର କମିଶନର ଆରଡିରେ ପହଁଚିବା ପରେ ପ୍ରଥମେ ଆଖଣ୍ଡଳମଣିଙ୍କ ଗର୍ଭଗୃହକୁ ଯାଇ ଦୀର୍ଘ ବର୍ଷ ହେଲା ଗର୍ଭଗୃହରେ ଦେଖା ଦେଇଥିବା ସମସ୍ୟାର ଯାଂଚ କରିଥିଲେ ।

ବିଶେଷ କରି ଅତ୍ୟାଧିକ ବର୍ଷା ହେଲେ ମନ୍ଦିରର  ଗର୍ଭଗୃହରେ ପାଣି ହେବା ସହ ବା ବାମଣୀ ପାଣିରେ ବୁଡି ରୁହନ୍ତି ତେଣୁ କିପରି ଆଉ କଣ ପାଇଁ ଏପରି ହେଉଛି ତାର ଯାଞ୍ଚ କରିଥିଲେ । ତାହାସହ ଆଖଣ୍ଡଳମଣି ପୀଠର କିପରି ବିକାଶମୂଳକ କାମ ହୋଇପାରିବ ତା ଉପରେ ମଧ୍ୟ ଭଦ୍ରକ ଜିଲ୍ଲାପାଳ , ଉପଜିଲ୍ଲାପାଳ, ପ୍ରତ୍ନତତ୍ୱ ବିଭାଗର ଅଫିସର ସହ ବିଭିନ୍ନ ବିଭାଗର ଅଫିସରଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ଟଙ୍କା ଥାଇ ବି ପୀଠର ବିକାଶ ମୂଳକ କାମ କଣ ପାଇଁ ହୋଇପାରୁନି ବୋଲି ଦେବୋତ୍ତର ବିଭାଗର କମିଶନରଙ୍କୁ ପ୍ରଶ୍ନ କରିଥିଲେ । ତେବେ ଯେଉଁ ଟଙ୍କା ଅଛି କିପରି ମନ୍ଦିରର ବିକାଶ ମୂଳକ କାମ ହୋଇ ପାରିବ ସେଥିପାଇଁ ନକ୍ସା ପ୍ରସ୍ତୁତ ସରିଛି କାମ ଆରମ୍ଭ ହେବ ବୋଲି କହିଥିଲେ ଦେବୋତ୍ତର ବିଭାଗର କମିଶନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.