କୋରାପୁଟ : କୋରାପୁଟ ଲମତାପୁଟରେ ପାତାଲି ନଦୀରେ ବୁଡ଼ିଲା ଡଙ୍ଗା । ୫ ଜଣଙ୍କ ମଧ୍ୟରୁ ୩ ଜଣ ନିଖୋଜ ଅଛନ୍ତି । ନିଖୋଜ ଯୁବକମାନେ ପାଡୁଆ ଉପର ସାହିର । ଗତ ରବିବାର ରାତିରେ ଦେଶୀ ଡଙ୍ଗାରେ ୫ ଜଣ ଯୁବକ ନଦୀ ପାର ହେଉଥିବା ବେଳେ ଡଙ୍ଗା ବୁଡି ଯାଇଥିଲା ।
ଦୁଇ ଜଣ ପହଁରି କୂଳକୁ ଆସିଥିବାବେଳେ ଆଉ ୩ଜଣ ନିଖୋଜ ଅଛନ୍ତି। ଖବର ପାଇ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପାଢୁଆ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।