Below header

କରଞ୍ଜିଆ ବନଖଣ୍ଡରେ ୨୨ ଟିକିଆ ହାତୀ ପଲଙ୍କ ଆତଙ୍କ, ଧାନ ଫସଲ ନଷ୍ଟ କରି ସହିତ କରୁଛନ୍ତି ଅନେକ କ୍ଷୟକ୍ଷତି

କରଞ୍ଜିଆ : କରଞ୍ଜିଆ ବନଖଣ୍ଡରେ ଦୁଇ ସପ୍ତାହ ହେଲାଣି ହାତୀ ଆତଙ୍କ ଲାଗି ରହିଛି । ଗତକାଲି ବିଳମ୍ବିତ ରାତ୍ରରେ କୁରଲିଆ ନିକଟରେ ଥିବା ଘୁଷୁରୀ ଫାର୍ମରେ ଅନେକ କ୍ଷୟକ୍ଷତି କରିଥିବାର ଦେଖିବାକୁ ମିଳିଥିଲା । ଦୁଇ ଦିନ ତଳେ ମଧ୍ୟ ଏଠାରେ ଅନେକ କ୍ଷୟକ୍ଷତି କରିଥିଲେ ହାତୀପଲ । ଏହି ହାତୀପଲ ରେ ଅଛନ୍ତି ୨୨ଟି ହାତୀ ।

ପ୍ରତ୍ୟେକ ଦିନ ଧାନ ଫସଲ ସହିତ ଅନେକ କ୍ଷୟକ୍ଷତି କରୁଛନ୍ତି ଏହି ହାତୀପଲ । ବର୍ତ୍ତମାନ ୨୨ଟିକିଆ ହାତୀପଲ ପକାମୁଣ୍ଡା ରିଜବ ଫୋରେଷ୍ଟ ରେ ଥିବାର ଦୁଧିଆଣି ରେଞ୍ଜ ଅଫିସର ସୂଚନା ଦେଇଛନ୍ତି । ଏବେ ଧାନ ଫସଲ ର ଅମ୍ଳଳ ସମୟ ଏହି ସମୟ ରେ ହାତୀପଲ ଧାନ ଖାଇବା ସହିତ ଅନେକ ଧାନ ଗଛ ନଷ୍ଟ କରି ଦେଉଛନ୍ତି । ଯାହା ଫଳରେ ଚିନ୍ତା ବଢ଼ାଇ ଦେଇଛି ଚାଷୀଙ୍କ । ଅନ୍ୟପଟେ କିଛି ଦିନ ହେବ ଥଣ୍ଡା ଓ କୁହୁଡି ପଡ଼ୁଥିବାରୁ ହାତୀପଲ କୁ ଘଡେଇବା ବନବିଭାଗକୁ କଷ୍ଟକର ହେଇପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.