Below header

ଆପଲ୍‌ ଆପ୍‌ ଷ୍ଟୋରରୁ ହଟାଗଲା Google Pay ଆପ୍‌, ଜାଣନ୍ତୁ କ’ଣ ପ୍ରକୃତ କାରଣ

ଗୁଗଲ ଆପ୍‌ ଷ୍ଟୋରରୁ ଗୁଗଲ ପେ ଆପ୍‌ ହଟାଇଦିଆଯାଇଛି। ଏହାର ପ୍ରକୃତ କାରଣ କ’ଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏବେ କିନ୍ତୁ ଆଇଫୋନ ଆପଲ୍‌ ଆପ୍‌ ଷ୍ଟୋରରେ ଗୁଗଲ ପେ ଆପ୍‌ ଦେଖିବାକୁ ମିଳୁନାହିଁ। ଏହା ପୂର୍ବରୁ ଆଇଫୋନରେ ପ୍ରଥମରୁ ଇନଷ୍ଟାଲ କରାଯାଇଥିବା ଗୁଗଲ ପେ ଆପ୍‌ କମା କରୁଥିଲା, କିନ୍ତୁ ଟ୍ରାଞ୍ଜାକ୍ସନରେ ବହୁତ ଅସୁବିଧା ହେଉଥିଲା।

ଗୁଗଲ ମୁତାବକ, ଗୁଗଲ ପେରେ ଆପ୍‌ ଷ୍ଟୋରରୁ କିଛି ପ୍ରୋବ୍ଲେମକୁ ଫିକ୍ସ କରିବା ପାଇଁ ଏହାକୁ ହଟାଇ ଦିଆଯାଇଥିଲା। ଆଣ୍ଡ୍ରଏଡ ଫୋନରେ କିନ୍ତୁ ଗୁଗଲ ପେ ଆପ୍‌ ଏବେ ବି ରହିଛି। ଗୁଗଲ ନିଜର ଷ୍ଟେଟମେଣ୍ଟରେ କହିଛି କି, କିଛି iOS ୟୁଜରକୁ ଗୁଗଲ ପେ ଆପ୍‌ରେ ଟ୍ରାଞ୍ଜାକ୍ସନ ଫେଲ୍‌ ହେବାର ଇସ୍ୟୁ ଦେଖିବାକୁ ମିଳିଥିଲା। ଏହାକୁ ଠିକ୍‌ କରିବା ପାଇଁ ଟିମ୍‌ କାମ କରୁଛି।

gpay i

ଖବର ଲେଖାବେଳକୁ ଏହା ଆଇଫୋନ ଆପଷ୍ଟୋରରେ ନଥିଲା କିନ୍ତୁ ଗୁଗଲ କହିବା ମୁତାବକ, ଆପ୍‌କୁ ପୁଣି ଥରେ ଅପଡେଟ କରି ଷ୍ଟୋରରେ ଇନଷ୍ଟଲ କରାଯିବ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଏମିତି କିଛି ଆପ୍‌କୁ ଷ୍ଟୋରରୁ ହଟାଇ ଦିଆଯାଇଥାଏ ଯାହା ୟୁଜର୍ସଙ୍କୁ ହଇରାଣ କରିଥାଏ।

ଆଇଫୋନ ଆପ୍‌ ଷ୍ଟୋରରୁ ଗୁଗଲ ପେ କ’ଣ ପାଇଁ ହଟାଇଦିଆଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ। ଗୁଗଲ ମୁତାବକ, କିଛି ସମୟ ମଧ୍ୟରେ ଆଇଫୋନ ପ୍ଲେ ଷ୍ଟୋର ଗୁଗଲ ପେ ଖୁବଶୀଘ୍ର ଫେରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.