Below header

୫ ବର୍ଷର ଝିଅ ଏମିତି ଭାବରେ ଡ୍ରମ ବଜାଉଛି ଯେ, ଭିଡିଓ ନଦେଖି ବିଶ୍ୱାସ କରିପାରିବେନି ଆପଣ

ବୟସ କମ୍‌ ହେଲା ତ କଣ ହେଲା ପ୍ରତିଭା ଥିଲେ ତାହା ସାମ୍ନାକୁ ଆସିବ ହିଁ ଆସିବ। ଆକ୍ଟିଙ୍ଗ, ଡ୍ୟାନ୍ସ ଏବଂ ସିଙ୍ଗିଙ୍ଗ ମାମଲାରେ ପିଲାମାନଙ୍କର ଜବାବ ନାହିଁ। ଏତେ କମ୍‌ ବୟସରେ ଏମାନେ ଏତେ କିଛି କରିଦେଉଛନ୍ତି ଯେ ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରୁନାହାଁନ୍ତି। ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ୫ ବର୍ଷର ଝିଅ ଡ୍ରମ ପ୍ଲେୟର ବଜାଉଛି।

ଆପଣ ପ୍ରଥମେ ଭିଡିଓକୁ ଦେଖିଲେ ଭାବିବେ ଏତେ ଛୋଟ ପିଲାଟି କଣ କରିବ। କିନ୍ତୁ ଯେତେବେଳେ ସେ ସେହି ଡ୍ରମ ବଜାଇବାକୁ ଷ୍ଟାର୍ଟ କରିବ, ସେତେବେଳେ ଆପଣ ବି କହିବେ ଆରେ ଭାଇ ! କେହି ଭାବିବି ନଥିବେ ୫ ବର୍ଷର ଛୋଟ ଶିଶୁଟି ଏତେ ଛୋଟ ବୟସର ଏତେ ସୁନ୍ଦର ଭାବେ ଡ୍ରମ ବଜାଇବେ। ଏଥିପାଇଁ ସୋସିଆଲ ମିଡିଆ ଜନତା ଏହି ଛୋଟେ ଉସ୍ତାଦଙ୍କ ଫ୍ୟାନ ହୋଇଯାଇଛନ୍ତି।

ଏହି ଜବରଦସ୍ତ ଭିଡିଓକୁ ଟ୍ଵିଟରରେ ସେୟାର କରାଯାଇଛି। ବିଶ୍ୱାସ କରନ୍ତୁ ଏ ଭିଡିଓ ଦେଖିଲେ ଆପଣ ନିଜେ ବି ବିଶ୍ୱାସ କରିପାରିବେନି ଏହି ଛୋଟ ପିଲାଟି ଏତେ ବଢ଼ିଆ ଭାବରେ ଡ୍ରମ ବଜାଉଛି। ଡ୍ରମ ବଜାଇବା ପୂର୍ବରୁ ଯେଉଁଭଳି ଅନ୍ଦାଜରେ ଡ୍ରମ ଷ୍ଟିକକୁ ଆଙ୍ଗୁଳିରେ ବୁଲାଉଛି ତାକୁ ଦେଖିଲେ ଆପଣ ଅନୁମାନ ଲଗାଇପାରିବେ ଯେ ଏହି ଛୋଟ ପିଲାଟି ଏତେ ମାମୁଲି ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.