Below header

କନ୍ଧମାଳ ଜିଲ୍ଲାକୁ ଆସିଛି ପହଲି ଶୀତ, ଘନ କୁହୁଡି ସାଙ୍ଗକୁ ହାଲ୍‌‌କା ଥଣ୍ଡା ଅନୁଭୁତ

କନ୍ଧମାଳ: ଲଘୁଚାପ ଜନିତ ସମ୍ଭାବ୍ଯ ବର୍ଷା ପରେ ଶୀତ ଜିଲ୍ଲା ଭାବେ ଖ୍ଯାତି ଅର୍ଜନ କରିଥିବା କନ୍ଧମାଳ ଜିଲ୍ଲାକୁ ଆସିଛି ପହଲି ଶୀତ । ପ୍ରତ୍ଯେକ ବର୍ଷ ଅକ୍ଟୋବର ମାସ ଆରମ୍ଭରୁ ହିଁ ଶୀତ ଆସିଥାଏ କିନ୍ତୁ ଚଳିତ ବର୍ଷ ଶୀତ ବିଳମ୍ବରେ ଆସିଥିଲେ ମଧ୍ୟ ପ୍ରଥମେ ଘନ କୁହୁଡି ସାଙ୍ଗକୁ ହାଲ୍‌‌କା ହାଲ୍‌‌କା ଶୀତ ଅନୁଭୁତ ହେଉଛି କନ୍ଧମାଳବାସୀଙ୍କୁ ।

ସକାଳୁ ସକାଳୁ ନିଜ ସ୍ୱାସ୍ଥ୍ୟକୁ ଫିଟ୍‌ ରଖିବା ପାଇଁ କିଏ ପ୍ରାତଃ ଭ୍ରମଣ କରୁଛି ତ ଆଉ କିଏ ପଡିଆରେ ଯୋଗ କରୁଥିବା ଓ ଚା ଦୋକାନ ମାନଙ୍କରେ ଗରମ ଚାର ମଜା ନେଉଥିବା ଦେଖିବାକୁ ମିଳିଛି । କରୋନା କଟକଣା ପାଇଁ ସରକାରଙ୍କ କୋଭିଡ୍‌‌ ନିୟମକୁ ପାଳନ କରି ମୁହଁରେ ମାସ୍କ୍‌ ପିନ୍ଧି ପ୍ରାତଃ ଭ୍ରମଣ କରି ଶୀତର ମଜା ନେଉଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.