Below header

ଅନୁମାନଠାରୁ ଚନ୍ଦ୍ରରେ ରହିଛି ଅଧିକ ପାଣି, ପୂର୍ବାପେକ୍ଷା ୨୦ଟିରୁ ଅଧିକ ସ୍ଥାନରେ ମିଳିଲା ପ୍ରମାଣ

ଚନ୍ଦ୍ରପୃଷ୍ଠରେ ପାଣି ରହିଥିବା ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକଙ୍କ କହିବା ମୁତାବକ, ଚନ୍ଦ୍ରରେ ପୂର୍ବାପେକ୍ଷା ଅଧିକ ପାଣି ରହିଛି ବୋଲି ଆଶା କରାଯାଉଛି। ଏଥିରେ ଥଣ୍ଡା କୋଣ ଏବଂ ଚଟାଣରେ ଜମା ହୋଇଥିବା ପାଣିରୁ ପ୍ରମାଣ ମିଳିଛି। ବୈଜ୍ଞାନିକଙ୍କ ମତରେ ଚନ୍ଦ୍ରରେ ପ୍ରଚୁର ମାତ୍ରାରେ ପାଣି ହେବା ଭବିଷ୍ୟତରେ ଅନ୍ତରୀକ୍ଷ ଯାତ୍ରୀଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ହୋଇପାରେ।

ସେହିପରି ଚନ୍ଦ୍ର ପୃଷ୍ଠରେ ମଣିଷ ଘର କରି ରହିବାର ବୈଜ୍ଞାନିକ ଆଶା ଆହୁରି ମଜବୁତ ହୋଇ ଯାଇଛି। ପ୍ରକୃତରେ ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସା ଚନ୍ଦ୍ରରେ ପାଣି ଠାବ କରିଛନ୍ତି। ଖାସ୍ କଥା ହେଉଛି ଏହା ଯେ ଚନ୍ଦ୍ରପୃଷ୍ଠରେ ପାଣି ଏପରି ସ୍ଥାନରେ ମିଳିଛି ଯେଉଁଠାରେ ସୂର୍ଯ୍ୟଙ୍କ କିରଣ ପଡ଼ିଥାଏ। ପାଣିର ଆବିଷ୍କାର ନାସାର ଷ୍ଟ୍ରାଟୋସ୍ଫିୟର ଅବଜରଭେଟରି ଫର୍ ଇନଫ୍ରାରେଡ ଆଷ୍ଟୋନୋମି(ସୋଫିୟା) କରିଛି। ଏହାର ଉପଯୋଗ ପିଇବା ଏବଂ ରକେଟ୍ ଇନ୍ଧନ ଉତ୍ପାଦନ ପାଇଁ କରାଯିବ।

moon

ସୋଫିୟା ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ସ୍ଥିତ ଏବଂ ପୃଥିବୀ ଦେଖାଯାଉଥିବା ସବୁଠୁ ବଡ଼ ଗର୍ତ୍ତରେ ଏକ ‘କ୍ଲୋଭିୟସ୍’ରେ ପାଣିର ଅଣୁଗୁଡ଼ିକ ଠାବ କରିଛନ୍ତି। ଏବେ ସୁଦ୍ଧା ହୋଇଥିବା ଅଧ୍ୟୟନରେ ଚନ୍ଦ୍ରପୃଷ୍ଠରେ ହାଇଡ୍ରୋଜେନର କିଛି ଅଂଶ ବିଷୟରେ ଜଣାପଡ଼ିଥିଲା କିନ୍ତୁ ପାଣି ଏବଂ ପାଣିର ହାଇଡ୍ରାସ୍କିଲର ସୂଚନା ମିଳିନଥିଲା। ନାସାର ବିଜ୍ଞାନ ମିଶନ ନିର୍ଦେଶାଳୟରେ ଆଷ୍ଟୋଫିଜିକ୍ସ ବିଭାଗର ନିର୍ଦେଶକ କହିଛନ୍ତି ଯେ ପ୍ରଥମେ ଏପରି ସଙ୍କେତ ଥିଲା ଯେ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟଙ୍କ ପଟେ H2O ଥାଇପାରେ। ଏବେ ଏହାକୁ ସେଠାରୁ ଠାବ କରାଯାଇଛି।

ରିପୋର୍ଟ ମୁତାବକ, ଚନ୍ଦ୍ରର ଏହି ସ୍ଥାନର ଡାଟାରେ ୧୦୦ରୁ ୪୧୨ ପାର୍ଟ ପ୍ରତି ମିଲିୟନର ସାନ୍ଦ୍ରତାରେ ପାଣିର ସନ୍ଧାନ ମିଳିଛି। ତୁଳନାତ୍ମକ ଭାବେ ସୋଫିୟା ଚନ୍ଦ୍ରରେ ଯେତେ ପାଣି ଖୋଜିଛି ତାହା ଆଫ୍ରିକାର ସାହାରା ମରୁଭୂମିରେ ଥିବା ପାଣି ତୁଳନାରେ ୧୦୦ଭାଗ। ଏତେ କମ୍ ମାତ୍ରା ସତ୍ବେ ଏବେ ପ୍ରଶ୍ନ ଉଠୁଛି ଯେ ଚନ୍ଦ୍ରପୃଷ୍ଠରେ କିପରି ପାଣି ଉତ୍ପତ୍ତି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.