ସାଲେପୁର ଦୁର୍ଗା ମାର୍କେଟରେ ଦୋକାନ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଲୁଟ୍

ସାଲେପୁର: ଦୋକାନ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଲୁଟ । ସାଲେପୁର ଥାନା ହାଟ ଦୁର୍ଗା ମାର୍କେଟ ନିକଟରେ ଘଟିଛି ଘଟଣା । ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସାଲେପୁର କୁଆଁପାଳ ରାସ୍ତାରେ ଏକ ମାର୍କେଟରୁ ଲୁଟ୍ ହୋଇଛି ।

ଦୁର୍ଗା ମାର୍କେଟର ସାଇ ଫନିଚର, ଶ୍ରୀରାମ ଏମ୍ପୋରିୟମ, ଜେରକ୍ସ ୪ଟି ଦୋକାନର ତାଲି ଭାଙ୍ଗି ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି । ତେବେ ଏହି ଲୁଟ୍ରେ କିଏ କିଏ ସାମିଲ ଅଛନ୍ତି, ତାହା ବର୍ତ୍ତମାନ ପର୍ଯ୍ଯନ୍ତ କିଛି ସ୍ପଷ୍ଟ ହୋଇନାହିଁ । ସେପଟେ ଲୁଟ୍ ଖବର ପାଇ ସାଲେପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.