Below header

ପାକିସ୍ତାନ: ପେଶାଓ୍ଵରରେ ମଦ୍ରାସା ନିକଟରେ ବିସ୍ଫୋରଣ, ୭ ମୃତ, ୭୦ ଆହତ

ପାକିସ୍ତାନର ପେଶାଓ୍ବରରେ ଏକ ମଦ୍ରାସା ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। କୁହାଯାଉଛି ଯେ, ଏହି ମଦ୍ରାସା, ଦିର କଲୋନୀରେ ରହିଛି। ଘଟଣାସ୍ଥଳରେ ପହଞ୍ଚିଥିବା ଉଦ୍ଧାରକାରୀ ଟିମଙ୍କ କହିବା ଅନୁସାରେ ବିସ୍ଫୋରଣରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଅବସ୍ଥା ଗୁରୁତର ରହିଛି।

ଖବର ମୁତାବକ, ଏହି ବିସ୍ଫୋରଣରେ ଏବେ ସୁଦ୍ଧା ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏବେ ବିସ୍ଫୋରଣ ପଛର କାରଣ ବିଷୟରେ ଜଣା ଯାଇନାହିଁ। କେତେକ ଲୋକଙ୍କ କହିବା ଅନୁସାରେ ଏହା ସିଲିଣ୍ଡର ବ୍ଲାଷ୍ଟ। ଘଟଣାସ୍ଥଳରେ ପହଞ୍ଚିଥିବା ଅଫିସର ମାମଲାର ତଦନ୍ତ କରୁଛନ୍ତି। ସମସ୍ତ ଆହତଙ୍କୁ ଏଲଆର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

madras

ପାଠପଢ଼ା ଚାଲିଥିବାବେଳେ ମଦ୍ରାସାରେ ବିସ୍ଫୋରଣ ହୋଇଥିଲା। ସମସ୍ତ ଆହତଙ୍କୁ ଏମରଜେନ୍ସି ଓ୍ବାର୍ଡ଼ରେ ରଖାଯାଇଛି। ସମସ୍ତ ମେଡିକାଲ୍ ଷ୍ଟାଫଙ୍କୁ ମଧ୍ୟ ହସ୍ପିଟାଲକୁ ଡକା ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.