Below header

୧୦ମ ଓ ଦ୍ୱାଦଶ ଶ୍ରେଣୀ ପ୍ରାଇଭେଟ ପରୀକ୍ଷା ପାଇଁ ଜାରି ହେଲା ଫର୍ମ, ଶୀଘ୍ର କରନ୍ତୁ ଆବେଦନ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା (ସିବିଏସସି) ଆସନ୍ତା ବର୍ଷ ଅର୍ଥାତ ୨୦୨୧ ରେ ଅନୁଷ୍ଠିତ ହେବାକୁ ଥିବା ସେକେଣ୍ଡାରୀ ଓ ସିନିୟର ସେକେଣ୍ଡାରୀର ପ୍ରାଇଭେଟ ଛାତ୍ରମାନଙ୍କ ପାଇଁ ଆୟୋଜିତ ହେବାକୁ ଥିବା ମୁଖ୍ୟ ପରୀକ୍ଷା ପାଇଁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ସହ ବୋର୍ଡ ପକ୍ଷରୁ ୧୦ମ ଓ ଦ୍ୱାଦଶ ଶ୍ରେଣୀର ବିଭିନ୍ନ କାଟାଗୋରୀ ଗୁଡିକର ବି ଘୋଷଣା କରାଯାଇଛି । ଏହା ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ସିବିଏସସି ପ୍ରାଇଭେଟ ପରୀକ୍ଷା-୨୦୨୧ ପାଇଁ ଆବେଦନ କରିପାରିବେ । ବୋର୍ଡ ପକ୍ଷରୁ ଜାରି ହୋଇଥିବା ନିୟମ ଗୁଡିକ ବିଷୟରେ ଅଧିକ କିଛି ଜାଣିବା ପାଇଁ ବା ତଥ୍ୟ ପାଇବା ପାଇଁ ବୋର୍ଡର ଅଫିସିଆଲ ୱେବସାଇଟ cbsc.nic.in କୁ ଯାଇପାରିବେ । ଅଥବା ତଳେ ଦିଆଯାଇଥିବା ଲିଙ୍କରୁ ନିଜ ଆପ୍ଲିକେସନ ଫର୍ମ ସବମିଟ କରିପାରିବେ ।ଯେଉଁମାନେ ଆସନ୍ତା ବର୍ଷ ପାଇଁ ଫର୍ମ ଭରିବାକୁ ଚାହୁଁଛନ୍ତି ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଇ ବିଭିନ୍ନ କାଟାଗୋରୀ ଗୁଡିକର ଯାଞ୍ଚ କରାଇନିଅନ୍ତୁ ।

ପ୍ରଥମେ କାଟାଗୋରି ବିଷୟରେ ଜାଣି ରଖନ୍ତୁ:

ସିବିଏସସି ବୋର୍ଡ ୧୦ମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ନିଜ ନିଜ ପ୍ରାଇଭେଟ ପରୀକ୍ଷା ଫର୍ମ କମ୍ପାର୍ଟମେଣ୍ଟ, ଇମ୍ପ୍ରୁବମେଣ୍ଟ, ଫେଲୋୟର୍ସ, ଏଡିସନାଲ ଓ ଫିମେଲ/ ପି ଡ଼ବ୍ଲୁଡ଼ି କାଟାଗୋରୀ ଜାରି କରାଯାଇଛି । ଏଥିପାଇଁ ନିମ୍ନ ଲିଖିତ ଯୋଗ୍ୟତା ଥିବା ନିହାତି ଆବଶ୍ୟକ ।

କମ୍ପାର୍ଟମେଣ୍ଟ କାଟାଗୋରି:

୨୦୨୦ ମାର୍ଚ୍ଚରେ ଆୟୋଜିତ ବୋର୍ଡ ପରୀକ୍ଷାରେ ଯେଉଁମାନେ ଉର୍ତ୍ତୀର୍ଣ୍ଣ ହୋଇନାହାନ୍ତି ଆଉ କେବଳ କମ୍ପାର୍ଟମେଣ୍ଟ ପରୀକ୍ଷା ଦେଇ ପାସ କରିବାକୁ ଚାହୁଁଛନ୍ତି, ସେମାନେ ଏହି କାଟାଗୋରିକୁ ଯାଇ ଫର୍ମ ପୂରଣ କରିପାରିବେ ।

ଇମ୍ପ୍ରୁବମେଣ୍ଟ କାଟାଗୋରି:

ଯେଉଁ ମାନେ ୨୦୨୦  ମାର୍ଚ୍ଚ ମାସର ପରୀକ୍ଷାରେ ପାସ କରିଥିବେ କିନ୍ତୁ ବିଭିନ୍ନ ବିଷୟରେ ନିଜ ସ୍କୋର ବଢ଼ାଇବାକୁ ଚାହୁଁଥିବେ । ତେବେ ଏହି କାଟାଗୋରି ଜରିଆରେ ନିଜ ଫର୍ମ ପୂରଣ କରିପାରିବେ ।

ଫେଲୋୟର୍ସ କାଟାଗୋରି:

ଯେଉଁମାନେ ବୋର୍ଡ ପରୀକ୍ଷା କିମ୍ବା ଏହାପରର କମ୍ପାର୍ଟମେଣ୍ଟ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇନଥିବେ ସେମାନେ ଏହି କାଟାଗୋରି ମାଧ୍ୟମରେ ଫର୍ମ ଭରିପାରିବେ ।

ଅଡିସନାଲ ସବ୍ଜେକ୍ଟ କାଟାଗୋରି:

ଯେଉଁମାନେ କୌଣସି ଅତିରିକ୍ତ ବିଷୟରେ ପରୀକ୍ଷା ଦେବାକୁ ଚାହୁଁଥିବେ ସେମାନେ ଏହାର ବ୍ୟବହାର କରିପାରିବେ । ଦିଲ୍ଲୀ ଏନସିଆରର ଫିମେଲ ଓ ପିଡ଼ବ୍ଲ୍ୟୁଡି ସ୍ଟୁଡେଣ୍ଟସ ମାନେ ଏହି କାଟାଗୋରି ଜରିଆରେ ନିଜ ଫର୍ମ ପୁରଣ କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.