Below header

ଧର୍ମଗଡ: ପ୍ରେମ ସମ୍ପର୍କକୁ ନେଇ ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଧର୍ମଗଡ: ଯୁବକଙ୍କୁ ନିର୍ମମ ହତ୍ୟା । ମୃତକ ହେଲେ କଳାହାଣ୍ଡି ଗୋଲାମୁଣ୍ଡା ଥାନା ଖଲିଆକାନୀ ଗାଁର ଦୀଲିପ ମେହେର । ପ୍ରେମ ସମ୍ପର୍କରୁ ଦୀଲିପଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଗତକାଲି ଦୀଲିପ କିଛି ସାଙ୍ଗଙ୍କ ସହିତ ଗଇନ୍ଦିମୁଣ୍ଡା ଯାଇଥିବା ବେଳେ କିଛି ଲୋକ ସେମାନଙ୍କୁ ଘେରାଉ କରିିଥିଲେ ।

ଘଟଣାସ୍ଥଳରେ ଉତ୍ତେଜନା ପାଇବା ପରେ ଦୀଲିପଙ୍କ ସାଙ୍ଗମାନେ ସେଠାରୁ ଚାଲିଯାଇଥିଲେ । ପରେ ଦୀଲିପଙ୍କ ପରିବାର ଲୋକଙ୍କୁ କବର ଦିଆଯାଇଥିଲା । ବହୁ ଖୋଜାଖୋଜି କରିବା ପରେ ଦୀଲିପଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ଗୋଲାମୁଣ୍ଡା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଝିଅ ଘର ଲୋକଙ୍କୁ ଅଟକ ରଖି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.