ପଡ଼ିଆ ମଧ୍ୟରେ ନିଜର ଆକ୍ରମଣାତ୍ମକ ଆଚରଣ ଲାଗି ବିରାଟ କୋହଲି ଜଣାଶୁଣା। ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ବେଳେ କୋହଲି ଏଭଳି ଆଚରଣ ଦେଖାଇଥିଲେ। ଏହି ମ୍ୟାଚର ହିରୋ ସୂର୍ଯ୍ୟକୁମାର ଯାଦବଙ୍କ ଲୟକୁ ବିଗାଡ଼ିବା ଲାଗି ସେ ଚେଷ୍ଟା କରିଥିଲେ। ଏହି ଘଟଣାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଟ୍ବିଟରେ ଝଡ଼ ଦେଖିବାକୁ ମିଳିଥିଲା।
କିଛି ଟ୍ବିଟର୍ ବ୍ୟବହାରକାରୀ କୋହଲିଙ୍କୁ ସମାଲୋଚନା କରିଥିଲେ। ଏହି ମ୍ୟାଚରେ ସୂର୍ଯ୍ୟକୁମାର କଭର୍ ଅଞ୍ଚଳକୁ ଏକ ସଟ୍ ମାରିଲା ବେଳେ କୋହଲି ଏହାକୁ ଅଟକାଇ ଥିଲେ। ଏହା ପରେ ସୂର୍ଯ୍ୟକୁମାରଙ୍କୁ କୋହଲି ଏକଲୟରେ ଅନାଇ ରହିଥିଲେ। ସୂର୍ଯ୍ୟକୁମାର ଭୟଭୀତ ନହୋଇ ଗୋଟିଏ ଇଞ୍ଚ ବି ପଛକୁ ନଯାଇ କୋହଲିଙ୍କୁ ସେହିପରି ଅନେଇ ରହିଥିଲେ। ୧୫ ସେକେଣ୍ଡ ଧରି ଏଭଳି ଚାଲିଥିଲା। ଏହି ସମୟର ଫଟୋ ଭାଇରାଲ ହେବାରୁ କୋହଲିଙ୍କ ଏଭଳି କାର୍ଯ୍ୟକଳାପକୁ ଅନେକ ଟ୍ବିଟର ବ୍ୟବହାରକାରୀ ନାପସନ୍ଦ କରିବା ସହ ଲଜ୍ଜାଜନକ ବୋଲି ମନ୍ତବ୍ୟ ରଖିଥିଲେ।
☀️ He came
👀 He s̶a̶w̶ stared
💪🏻 He conquered#OneFamily #MumbaiIndians #MI #Dream11IPL #MIvRCB @surya_14kumar pic.twitter.com/1D8oq3Tkp4— Mumbai Indians (@mipaltan) October 29, 2020
ଆଇପିଏଲର ୪୮ ତମ ମ୍ୟାଚରେ ଆରସିବି ବିପକ୍ଷ ମ୍ୟାଚରେ ଦମଦାର ଖେଳ ପ୍ରଦର୍ଶନ କରିଥିଲେ ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟ କୁମାର ଯାଦବ। ଆରସିବି ବିପକ୍ଷରେ ସୂର୍ଯ୍ୟ ୪୩ ବଲରେ ଅପରାଜିତ ୭୯ ରନ୍ କରି ଟିମ୍କୁ ବିଜୟ କରାଇଥିଲେ। ସୂର୍ଯ୍ୟକୁମାରଙ୍କ ଏହି ଦମଦାର ପାରି ପରେ ରୋହିତ ଶର୍ମାଙ୍କ ଏକ ଟୁଇଟ ଭାଇରାଲ ହେବାରେ ଲାଗିଛି। ରୋହିତ ଶର୍ମା ୨୦୧୧ ମସିହାରେ ଏହି ଟ୍ବିଇଟ କରିଥିଲେ। ଯେଉଁଥିରେ ସେ ସୂର୍ଯ୍ୟକୁମାର ଯାଦବଙ୍କ ଭବିଷ୍ୟତକୁ ନେଇ ଲେଖିଥିଲେ।
Just got done with BCCI awards here in chennai..some exciting cricketers coming up..Suryakumar yadav from Mumbai to watch out for in future!
— Rohit Sharma (@ImRo45) December 10, 2011
୨୦୧୧ ମସିହାରେ ରୋହିତ ଶର୍ମାଙ୍କ ଦ୍ବାରା ହୋଇଥିବା ଟ୍ବିଇଟରେ ସେ ଲେଖିଥିଲେ ଯେ, ସୂର୍ଯ୍ୟ କୁମାର ଯାଦବ ଜଣେ ଭଲ ଖେଳାଳି। ତାଙ୍କ ପ୍ରଦର୍ଶନ ଉପରେ ନଜର ରଖାଯାଉ। ରେହିତଙ୍କ ଏହି ଟୁଇଟ ଯାଦବଙ୍କ ଦମଦାର ଇଂନିସ୍ ପରେ ଖୁବ୍ ଭାଇରାଲ ହୋଇଥିଲା। ରୋହିତଙ୍କ ୯ବର୍ଷ ତଳର ପୂର୍ବାନୁମାନ ବିଗତ କିଛି ବର୍ଷରେ ଶତ ପ୍ରମାଣିତ ହୋଇ ଆସୁଛି।